ଓଡିଆ ଫିଲ୍ମ ଇତିହାସରେ ଯୋଡିହେବ ନୂଆଫର୍ଦ୍ଦ । ‘ଦମନ’ର ଡବିଂ ପାଇଁ ତୃପ୍ତିଙ୍କ ସହ ମୁମ୍ବାଇ ଗଲେ ବାବୁସାନ  । 

2,338

କନକ ବ୍ୟୁରୋ: ଭୁବନେଶ୍ୱର ଏୟାରପୋର୍ଟରେ ପତ୍ନୀ ତୃପ୍ତିଙ୍କ ସହ ଅଭିନେତା ବାବୁସାନ । ପିଲ୍ମ ‘ଦମନ’ର ହିନ୍ଦୀ ଡବିଂ ପାଇଁ ସେ ମୁମ୍ବାଇ ଯାଇଛନ୍ତି । ପତ୍ନୀ ତୃପ୍ତି ଓ ଅନ୍ୟ କିଛି ବନ୍ଧୁ ବି ବାବୁସାନଙ୍କ ସହ ଅଛନ୍ତି ।  ଫିଲ୍ମ ଦମନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।  ଫିଲ୍ମ ରିଲିଜ ହେବା ପରେ ଦର୍ଶକ ଏହାକୁ ବେଶ ପ୍ରଂଶସା କରିଥିଲେ ।  ବାବୁସାନଙ୍କ ଅଭିନୟକୁ ବି ବାହାବା ମିଳିଥିଲା । ଏବେ ‘ଦମନ’କୁ ହିନ୍ଦୀରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି ପ୍ରଯୋଜନା ସଂସ୍ଥା ।  ଡବିଂ ପାଇଁ ମୁମ୍ବାଇ ଯିବା ବେଳେ ବେଶ ଖୁସି ଜଣାପଡୁଥିଲେ ବାବୁସାନ ।

ଫିଲ୍ମ ଦମନକୁ  ରାଜ୍ୟ ବାହାର ଲୋକ ବି ପସନ୍ଦ କରିଛନ୍ତି ।  ଡବିଂ ବେଳେ ଫିଲ୍ମର ମୌଳିକତାରେ କିଛି ପରବିର୍ତନ ହେବନାହିଁ । ଗୀତଗୁଡିକୁ ନୂଆ ଭାବେ ହିନ୍ଦୀରେ ରେକର୍ଡିଂ କରାଯିବ । ଦେଶରେ ପ୍ରାୟ ୪ ଶହରୁ ସାଢେ ୪ଶହ ହଲରେ ଏହି ଫିଲ୍ମକୁ ରିଲିଜ  କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ମୁମ୍ବାଇର ଏକ ବଡ କମ୍ପାନୀ ଫିଲ୍ମର ବିତରଣ ଦାୟିତ୍ୱ ନେଇଛନ୍ତି ।

ପଛୁଆ ଅଂଚଳରେ ଜଣେ ଡାକ୍ତରଙ୍କ ସତ କାହାଣୀ ଉପରେ ଆଧାରିତ ହୋଇଛି ଫିଲ୍ମ । ରାଜ୍ୟରେ ରିଲିଜ ପରେ ଏବେ ଏହି ଫିଲ୍ମ ମୁମ୍ବାଇ, ଚେନ୍ନାଇ, ବେଙ୍ଗାଳୁୁରୁ, ଅହମଦାବାଦ, କୋଲକତା, ରାୟପୁର ଭଳି ସହରର ବିଭିନ୍ନ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଛି । ଆଉ ଏହାର ହିନ୍ଦୀ ଭର୍ସନ ରିଲିଜ ହେଲେ ଓଲିଉଡ ପାଇଁ ଏହା ଏକ ବଡ ଉପଲବ୍ଧି ହେବ ବୋଲି କୁହାଯାଉଛି ।