ସରକାର ଓ ସୋସିଆଲ ମିଡିଆ ପ୍ଲାଟ ଫର୍ମ ମଧ୍ୟରେ ଲଢ଼େଇ ନେଲା ନୂଆ ମୋଡ଼ : ଅଭିଯୋଗ ଶୁଣିବାକୁ ଅଧିକାରୀ ନିଯକ୍ତି ପାଇଁ ରାଜି ହେଲେ ଗୁଗୁଲ, ଫେସବୁକ୍, ହ୍ୱାଟ୍ସ ଆପ

225

କନକ ବ୍ୟୁରୋ : ବ୍ୟକ୍ତିଗତ ଗୋପନୀୟତାକୁ ନେଇ କେନ୍ଦ୍ର ସରକାର ଓ ସାମାଜିକ ଗଣମାଧ୍ୟମ ଭିତରେ ଲାଗିରହିଥିବା ଶୀତଳ ଯୁଦ୍ଧ ଶୁକ୍ରବାର ଭିନ୍ନ ମୋଡ ନେଇଛି । ଗୁଗୁଲ ସମେତ ଅଧିକାଂଶ ଅନ୍ତର୍ଜାତୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ, କେନ୍ଦ୍ର ସରକାରଙ୍କ ସର୍ତରେ ରାଜି ହୋଇଛନ୍ତି ।

ସରକାର ଆଇଟି ନିୟମରେ ପରିବର୍ତନ କରି ଜଣେ ଗ୍ରିଭାନ୍ସ ଅଫିସର ଅର୍ଥାତ ଅଭିଯୋଗ ଶୁଣିବା ପାଇଁ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ସର୍ତ ରଖିଥିଲେ । ଏଥିରେ ରାଜି ହୋଇଛନ୍ତି ହ୍ୱାଟ୍ସଆପ, ଫେସବୁକ ପରି ବହୁଳ ବ୍ୟବହୃତ ସାମାଜିକ ଗଣମାଧ୍ୟମ ସଂସ୍ଥା । ଟ୍ୱିଟର ଏଥିରେ ଅମଙ୍ଗ ହେଉଥିବାବେଳେ ଏକ ଆଇନ ଫାର୍ମରେ କାର୍ଯ୍ୟରତ ଓକିଲଙ୍କୁ ଟ୍ୱିଟର ଏହାର ନୋଡାଲ ଅଫିସର ଭାବେ ନିଯୁକ୍ତ କରିଛି ।

ତେବେ ଭାରତ ସରକାରଙ୍କ ଇଂଟରମିଡିଆରୀ ଗାଇଡଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ ଅନୁସାରେ, ସୋସିଆଲ ମିଡିଆ ନିଯୁକ୍ତ କରୁଥିବା ଅଧିକାରୀ ଜଣଙ୍କ ଭାରତର ବାସିନ୍ଦା ହୋଇଥିବେ ଏବଂ କମ୍ପାନିର ଜଣେ କର୍ମଚାରୀ ହେବା ଜରୁରୀ । ଏହି ନିୟମ ଆଧାରରେ ଅଧିକାଂଶ ପ୍ଲାଟଫର୍ମ ନୋଡାଲ ଓ ଗ୍ରିଭାନ୍ସ ଅଧିକାରୀଙ୍କ ବିବରଣୀ ଦେବା ସହ ଭାରତ ସରକାରଙ୍କ ନୂଆ ନିୟମକୁ ପାଳନ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି ।



Comments are closed.