ସମୁଦ୍ର ମୁହାଁ ଅଲିଭରିଡଲେ କଇଁଛ ଛୁଆ । ଅଣ୍ଡାଦାନ ପରେ ସମୁଦ୍ର ବେଳାଭୂମିରେ ମନୋରମ ଦୃଶ୍ୟ ।

68

କନକ ବ୍ୟୁରୋ: ସମୁଦ୍ର କୂଳରେ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ । ପୁରୀ କୃଷ୍ଣପ୍ରସାଦ ସିଆଣ୍ଡି ସମୁଦ୍ର କୂଳରେ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ଫେବ୍ରୁଆରି ମାସଠାରୁ ଅଲିଭରିଡଲେ କଇଁଛମାନେ ସମୁଦ୍ର କୂଳକୁ ଆସି ଅଣ୍ଡାଦେଇ ଚାଲିଯିବା ପରେ ବନ ବିଭାଗ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ବନ କର୍ମଚାରୀମାନେ କୁତ୍ରିମ ହାଚେରି କରି ଅଣ୍ଡାକୁ ସଂଗ୍ରହ କରି ସୁରକ୍ଷିତ ସ୍ଥାନରେ ରଖିଥିଲେ । ଏବେ ୪୫ରୁ ୫୦ ଦିନ ପରେ ଅଣ୍ଡାଗୁଡିକରୁ ଛୁଆ ଫୁଟିଛନ୍ତି ।

ସବୁ କଇଁଛ ଛୁଆ ମାନେ ସମୁଦ୍ର ମୁହାଁ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସିଆଣ୍ଡି ଓ ବାଲିଅଁଳା ବିଟହାଉସ ନିକଟ ସମୁଦ୍ର କୂଳରେ ଅଣ୍ଡା ଫୁଟିବା ପରେ ବନ କର୍ମଚାରୀମାନେ ଟ୍ରେ ମାଧ୍ୟମରେ ଏକାଠି କରି ସମୁଦ୍ର ପାଣିରେ ସୁରକ୍ଷିତ ଭାବେ ଛାଡୁଛନ୍ତି । ବନ କର୍ମଚାରୀମାନେ ଚିଲିକା ଡିଭିଜନରୁ ପାଖାପାଖି ୬୭ହଜାର ୬୩ ଟି ଅଣ୍ଡାକୁ ସମୁଦ୍ର ବେଳାଭୁମିରୁ ସଂଗ୍ରହ କରି ସୁରକ୍ଷିତ ସ୍ଥାନରେ ରଖିଥିଲେ । ଯେଉଁଥିରୁ ଏବେ କୁନି କୁନି ଛୁଆ ବାହାରି ସୁମଦ୍ର ମୁହାଁ ହେଉଥିବା ଚିତ୍ର ସାମନାକୁ ଆସିଛି ।

ଗତ ମାର୍ଚ୍ଚର୍ ମାସଠାରୁ ସମୁଦ୍ର ବେଳାଭୁମିକୁ ଆସି ଅଲିଭରିଡଲେ କଇଁଛ ଅଣ୍ଡାଦେବା ପରେ କର୍ମଚାରୀମାନେ ସମସ୍ତ ଅଣ୍ଡାକୁ ସମୁଦ୍ର ବେଳାଭୂମିରୁ ସଂଗ୍ରହ କର ସୁରକ୍ଷିତ ସ୍ଥାନରେ ରଖିଥିଲେ । ଆଉ ସେଥିରୁ ଅଣ୍ଡାରୁ ଛୁଆ ଫୁଟି ସାବକମାନେ ସମୁଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । କଇଁଛଙ୍କ ଅଣ୍ଡାଦାନ ଓ ଏହି ଋତୁରେ କଇଁଛ ସାବକ ମାନେ ସମୁଦ୍ର ବେଳାଭୂମିକୁ ଯାଉଥିବା ମନୋରମ ଦୃଶ୍ୟ ବେଳାଭୂମିରେ ଦେଖିବାକୁ ମିଳିଛି ।