କନକ ବ୍ୟୁରୋ: ଗଭୀର ସମୁଦ୍ରରେ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଆରମ୍ଭ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗଭୀର ସମୁଦ୍ରରେ ଅଲିଭ ରିଡଲେ ପ୍ରଜନନ ପ୍ରକ୍ରିୟା ଦେଖିବାକୁ ମିଳିଛି । ଏନେଇ ୩ଟି ରେଂଜର ୯ଟି କ୍ୟାମ୍ପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଚିଲିକା, ସାତପଡ଼ା ଏବଂ ରମ୍ଭା ରେଂଜରେ ବନବିଭାଗ ପକ୍ଷରୁ ସମୁଦ୍ର କୂଳରେ ଅସ୍ଥାୟୀ କଇଁଛଙ୍କ ସୁରକ୍ଷା ଶିବିର କରାଯାଇଛି । ଖାସକରି ନଭେମ୍ବର ମାସରୁ ମେ’ ମାସ ପର୍ଯ୍ୟନ୍ତ ସୁରକ୍ଷା କଡ଼ାକଡ଼ି କରାଯିବ । ଅମାବାସ୍ୟ ଠାରୁ ଅଲିଭ ରିଡିଲ କଇଁଛ ସମୁଦ୍ର ବେଳାଭୂମିକୁ ଆସି ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବାର ସୂଚନା ରହିଛି । ଚିଲିକା ଡିଏଫଓ ଅମ୍ଲାନ ନାୟକଙ୍କ କଡ଼ା ନିର୍ଦ୍ଦେଶ ପରେ ଅଲିଭ ରିଡଲେ କଇଁଛମାନଙ୍କ ସୁରକ୍ଷା ଦିଗରେ ବନବିଭାଗ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ।
ଆରମ୍ଭ ହେଲାଣି ଅଲିଭ ରିଡଲେଙ୍କ ପ୍ରଜନନ । ସମୁଦ୍ର କୂଳରେ କଇଁଛ ସୁରକ୍ଷା ଶିବର କରିବା ସହ ସୁରକ୍ଷା କଡାକଡି ।
/kanak/media/post_attachments/wp-content/uploads/2023/12/or.jpg)