ଅଲିଭ ରିଡଲେଙ୍କ ଅଣ୍ଡାଦାନର ନୁଆ ଠିକଣା ! ବାଲେଶ୍ୱର ଡଞ୍ଜରା ବେଳାଭୂମିରେ କଇଁଛଙ୍କ ଭିଡ

ଅଲିଭ ରିଡଲେଙ୍କ ଅଣ୍ଡାଦାନର ନୁଆ ଠିକଣା ! ବାଲେଶ୍ୱର ଡଞ୍ଜରା ବେଳାଭୂମିରେ କଇଁଛଙ୍କ ଭିଡ

କନକ ବ୍ୟୁରୋ : ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନର ନୁଆ ଠିକଣା ପାଲଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଡଞ୍ଜରା ବେଳାଭୂମି । ଗତ ୨ରୁ ୩ ଦିନ ହେବ ବନବିଭାଗ କଇଁଛଙ୍କ ଗତିବିଧି ଉପରେ ନଜର ରଖିଛି । ବର୍ତମାନ ସୁଦ୍ଧା ଡଞ୍ଜରା ବେଳାଭୂମିରୁ ବନବିଭାଗ ୪୭୮ଟି ଅଣ୍ଡା ଉଦ୍ଧାର କରିଛି । ଏହି ଅଣ୍ଡାଗୁଡିକୁ ସୁରକ୍ଷିତ ସ୍ଥାନରେ ଛୁଆଜନ୍ମ ପାଇଁ ରଖାଯାଉଛି ।

ଅପରପକ୍ଷରେ କୁକୁର ତଥା ମତ୍ସ୍ୟଜୀବୀଙ୍କ ଡରରେ ବହୁ କଇଁଛ ଅଣ୍ଡା ନଦେଇ ଫେରିଯାଉଥିବା ଦେଖିବାକୁ ମିଳିଛି । ଡଗରା ବେଳାଭୂମିରେ ଧିରେ ଧିରେ କଇଁଛଙ୍କ ସଂଖ୍ୟା ବଢୁଥିବାରୁ ବନବିଭାଗ ତତ୍ପର ହୋଇପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe