କନକ ବ୍ୟୁରୋ: ରାଜକନିକା ଗହୀରମଥାରେ ନୂଆ ଅତିଥିଙ୍କ ଭିଡ଼ । ବଂଶ ବୃଦ୍ଧି କରିବାକୁ ଗହୀରମଥାରେ ପହଂଚିଛି ହଜାର ହଜାର ଅଲିଭରିଡ଼ଲେ କଇଁଛ । ଏମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ବନବିଭାଗ । ଏମାନଙ୍କ ସୁରକ୍ଷା ପାଇଁ ବନବିଭାଗ ତରଫରୁ ୧୬ଟି କ୍ୟାମ୍ପ କରାଯିବା ସହ ୫୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କଇଁଛ ଆଗମନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବନବିଭାଗ, ତଟରଖିବାହିନୀ, ସାମୁଦ୍ରିକ ଥାନା ପକ୍ଷରୁ ପଇଁତରା କଡ଼ାକଡ଼ି କରାଯାଉଛି ।
ଏହା ସହ ବାବୁବାଲି ଓ ଅଗରନାଶୀରେ ୨ଟି ଅସ୍ଥାଇ କ୍ୟାମ୍ପ କରାଯିବା ସହ ସମୁଦ୍ର ମଧ୍ୟରେ ପଇଁତରା ମାରିବା ପାଇଁ ୨ଟି ସ୍ପିଡ଼ ବୋଟ ମଧ୍ୟ ରଖାଯାଇଛି । ୧୯୭୫ ମସିହାରୁ ଗହୀରମଥା ଉପକୂଳରେ ୧୦ ମାଇଲ ଶର୍ଯ୍ୟାରେ ଏହି ବିରଳ ବିଦେଶୀ କଇଁଛମାନଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଦୃଷ୍ଟି ଗୋଚର ହୋଇଥିଲା । ସେବେଠାରୁ ଅଲିଭରିଡ଼ଲେଙ୍କ ଆଗମନକୁ ଆଖି ଆଗରେ ରଖି ସେମାନଙ୍କ ସୁରକ୍ଷା ପାଇଁ ସେଠାରେ ବର୍ଷ ତମାମ ମାଛ ମାରିବା ବ୍ୟାନ କରାଯାଇଥିଲା । ୧୯୯୭ ମସିହାରେ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Comp-13-0-00-00-00.jpg)
/kanak/media/post_attachments/wp-content/uploads/2018/02/2-24-300x180.jpg)