କନକ ବ୍ୟୁରୋ: ଅସ୍ତରଙ୍ଗ ଦେବୀ ମୁହାଣରେ ଅଲିଭ୍ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ । ୪୦ ହଜାର ଅଣ୍ଡାକୁ ଅସ୍ଥାୟୀ ହାଚେରୀରେ ସାଇତି ରଖିଲା ବନ ବିଭାଗ । ଦେବୀ ଦ୍ୱୀପାଂଚନ ଠାରୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ ୧୮ କିଲୋମିଟର ବ୍ୟାପି ସମୁଦ୍ର ବାଲିରେ ବିଳମ୍ବିତ ରାତିରେ କଇଁଛମାନେ ଅଣ୍ଡାଦେବା ପରେ ତା’କୁ ପୋତି ପୁଣି ସମୁଦ୍ର ଗର୍ଭକୁ ଚାଲି ଯାଉଛନ୍ତି ଆଉ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରକୂଳରେ ରାତ୍ରି ପାଟ୍ରୋଲିଂ କରୁଥିବା ବନ କର୍ମଚାରୀ ସେହି ଅଣ୍ଡାକୁ ସଂଗ୍ରହ କରି ଅସ୍ଥାୟୀ ହାଚେରୀରେ ସାଇତି ରଖିଛନ୍ତି ।
ଅଲିଭରିଡଲେ କଇଁଛଙ୍କ ସଂଗମର ୫୦ ଦିନ ପରେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୁଏ । ଏବେ ସମୁଦ୍ରପଟୁ ଦକ୍ଷିଣା ପବନ ବହୁଥିବାରୁ ନିଶାର୍ଦ୍ଧ ରାତିର ଶୁନ୍ଶାନ୍ ପରିବେଶରେ ସମୁଦ୍ରରୁ କୂଳକୁ ଆସୁଛନ୍ତି । ଆଉ ଦେବୀ ମୁହାଣ ଅବବାହିକାର ଦେବୀ ଦୀପାଚଂଳରୁ କେଳୁଣୀ ମୁହାଣ ଯାଏଁ ପ୍ରାୟ ୧୮ କିଲୋମିଟର ବାଲୁକା ରାଶିରେ ବିକ୍ଷିପ୍ତ ଭାବେ ଅଣ୍ଡା ଦେଉଛନ୍ତି ଅଲିଭରିଡଲେ କଇଁଛ । ଅଣ୍ଡା ଦେଇ ତାକୁ ସମୁଦ୍ର ବାଲିରେ ପୋତି ପୁଣି ଚାଲି ଯାଉଛନ୍ତି । ଗୋଟିଏ କଇଁଛ ପ୍ରାୟ ୧୨୦ଟି ଅଣ୍ଡା ଦେଉଛନ୍ତି ।
ଅସ୍ତରଙ୍ଗ ଉପକୂଳରେ ପ୍ରାୟ ୫ ଶହରୁ ଅଧିକ କଇଁଛ ୪୦ ହଜାର ଅଣ୍ଡା ଦେଇ ସାରିଛନ୍ତି । କଇଁଛ ଅଣ୍ଡାକୁ ସଂଗ୍ରହ କରି ୮ଟି ଅସ୍ଥାୟୀ ହାଚେରୀରେ ପୋତି ଦେଇଛନ୍ତି ଉପକୂଳରେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀ । ପ୍ରାୟ ଦେଢମାସ ପରେ ଏହି ଅଣ୍ଡାରୁ ଅଲିଭରିଡଲେ ଶାବକ ଜନ୍ମ ହୋଇ ସମୁଦ୍ରକୁ ଚାଲିଯିବେ । ଅଲିଭରିଡଲେଙ୍କ ସୁରକ୍ଷା ପାଇଁ ସମୁଦ୍ର କୂଳର ନିଷିଦ୍ଧାଂଚଳରେ ଗତ ନଭେମ୍ବର ମାସରୁ ମେ’ ମାସ ଯାଏଁ କଟକଣା ବଳବତ୍ତର ରହିଛି । ଉପକୂଳରେ ବନ ବିଭାଗ ପକ୍ଷରୁ ବି ପାଟ୍ରୋଲିଂ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/32-6.jpg)