କନକ ବ୍ୟୁରୋ: ଗହୀରମଥା ଉପକୂଳରେ ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ଭିଡ । ସାମୁଦ୍ରିକ ଅଭୟାରଣ୍ୟର ବାବୁବାଲି, ଅଗରନାଶୀ-୧, ନାସୀ-୨, ହବାଳିଖଟି, ବରୁଣେଇ, ସାତଭାୟା, ପେଣ୍ଠ ସଂଲଗ୍ନ ଗଭୀର ସୁମଦ୍ରରେ ଅଲିଭ୍ରିଡ୍ଲେ କଇଁଛଙ୍କ ସମାଗମ ହେଉଛି । ସୁଦୂର ଶ୍ରୀଲଙ୍କାର ଜାଫ୍ନା ଉପକୂଳରୁ ହଜାର ହଜାର ମାଇଲି ଅତିକ୍ରମ କରି ଓଡିଶା ଉପକୂଳ ଗହୀରମଥାରେ ବିରଳ ପ୍ରଜାତିର ଅଲିଭ୍ରିଡ୍ଲେ କଇଁଛ ଭିଡ ଜମାଉଛନ୍ତି । ସାରା ବିଶ୍ୱର ଉପଲବ୍ଧ ହେଉଥିବା ଅଲଭିରିଡଲେ କଇଁଛଙ୍କ ମୋଟ ସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଗହୀରମଥାରେ ହିଁ ସମାଗମ ହୋଇଛନ୍ତି ।
୧୯୯୭ ମସିହାରୁ ରାଜ୍ୟ ସରକାର ଗହୀରମଥାକୁ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିଥିଲେ । କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ମେ’ ୩୧ ଯାଏଁ ଗହୀରମଥା ସମୁଦ୍ର ଉପକୂଳ ଠାରୁ ୨୦ କି.ମି. ଯାଏଁ ମାଛଧରାକୁ ନିଷେଧ ଘୋଷଣା କରାଯାଇଛି । ଧାମରା ମୁହାଣ ଠାରୁ ଦେବୀ ମୁହାଁଣ ଯାଏଁ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି । ବନବିଭାଗ, କୋଷ୍ଟଗାର୍ଡ, ମତ୍ସ୍ୟବିଭାଗ ଓ ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ପଦକ୍ଷେପ ନିଆଯାଉଛି । ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଗହୀରମଥାରେ ଚିତ୍ର ସମ୍ପୁର୍ଣ୍ଣ ଭିନ୍ନ । ଏଠାରେ ପ୍ରତିଦିନ ଶହ ଶହ ଟ୍ରଲର ବେଧଡକ ଭାବେ ମାଛ ମାରୁଛନ୍ତି । ବନବିଭାଗ ୫/୬ ଦିନରେ ଥରେ-ଦୁଇ ଥର ନାଁକୁ ମାତ୍ର ପାଟ୍ରୋଲିଂ କରି କାମ ସାରି ଦେଉଥିବାରୁ ବିରଳ କଇଁଛଙ୍କ ଏନ୍ତୁଡିଶାଳ ଏବେ ଶ୍ମଶାନ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/Rampant-fishing-endangers-marine-life.jpg)