ବହୁମତ ଯୋଗାଡ କରିବାରେ ବିଫଳ ହେଲେ ବିରୋଧୀ । ନେପାଳର ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିଯୁକ୍ତ ହେଲେ କେପି ଶର୍ମା ଓଲି ।

Advertisment
ବହୁମତ ଯୋଗାଡ କରିବାରେ ବିଫଳ ହେଲେ ବିରୋଧୀ । ନେପାଳର ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିଯୁକ୍ତ ହେଲେ କେପି ଶର୍ମା ଓଲି ।

କନକ ବ୍ୟୁରୋ : ନୂଆ ସରକାର ଗଠନ କରିବା ନିମନ୍ତେ ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଆସନ ଏକଜୁଟ କରିବାରେ ବିରୋଧୀ ଦଳମାନେ ବିଫଳ ହେବାରୁ କେପି ଶର୍ମା ଓଲିଙ୍କୁ ଗୁରୁବାର ଦିନ ନେପାଳର ପ୍ରଧାନମନ୍ତ୍ରୀ ଭାବେ ପୁନଃନିଯୁକ୍ତ କରାଯାଇଛି।

‘ସିପିଏନ୍-ୟୁଏମ୍ଏଲ୍’ର ଅଧ୍ୟକ୍ଷ ୬୯ ବର୍ଷିୟ ଓଲିଙ୍କୁ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପୁନଃନିଯୁକ୍ତି ଦେଇଛନ୍ତି।

ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପ୍ରେସ୍ ବିବୃତିରେ କହିଛି ଯେ, ନେପାଳ ସମ୍ବିଧାନର ଧାରା ୭୮(୩) ଅନୁସାରେ, ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ରେ ସର୍ବବୃହତ୍ ରାଜନୈତିକ ଦଳର ନେତା ହୋଇଥିବାରୁ ଓଲିଙ୍କୁ ରାଷ୍ଟ୍ରପତି ଭଣ୍ଡାରୀ ପ୍ରଧାନମନ୍ତ୍ରୀ ଭାବେ ପୁନଃନିଯୁକ୍ତ କରିଛନ୍ତି।

ଆଜି ଶୀତଳ ନିବାସରେ ଆୟୋଜନ ହେବାକୁ ଥିବା ଉତ୍ସବରେ ରାଷ୍ଟ୍ରପତି ଭଣ୍ଡାରୀ ଓଲିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ।

ସୋମବାର ଦିନ ଗୃହରେ ଓଲି ଅନାସ୍ଥା ପ୍ରସ୍ତାବରେ ପରାଜିତ ହେବାରୁ ନୂଆ ସରକାର ଗଠନ ନିମନ୍ତେ ଗୁରୁବାର ରାତି ୯ଟା ସୁଦ୍ଧା ସଂଖ୍ୟାଗରିଷ୍ଠ ହେବା ଭଳି ସାଂସଦଙ୍କୁ ଏକଜୁଟ କରିବା ପାଇଁ ରାଷ୍ଟ୍ରପତି ବିରୋଧୀଦଳମାନଙ୍କୁ କହିଥିଲେ। କିନ୍ତୁ, ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦାବି କରି ପାରି ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe