କନକ ବ୍ୟୁରୋ: ଏ ବୟସ୍କ ବ୍ୟକ୍ତି ଜଣଙ୍କୁ ଦେଖିଲେ ଜାଣି ହେବନି ଯେ ୟାଙ୍କ ପାଖରେ ଧନସମ୍ପତ୍ତି ଥିବ ବୋଲି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏ ବୃଦ୍ଧ ବ୍ୟକ୍ତିଙ୍କ ସମ୍ପତ୍ତି ୧୦୦ କୋଟିରୁ ଅଧିକ । ହେଲେ ୟାଙ୍କ ଅତି ସରଳ ନିରାଡମ୍ବର ଜୀବନ ଶୈଳୀ ଦେଖି କେହିବି ଏକଥା ବିଶ୍ୱାସ କରିପାରନ୍ତିନି ।
ତାଙ୍କ ପରିଚୟ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ। ‘ଏକ୍ସ’ର ଜଣେ ବ୍ୟବହାରକାରୀ ତାଙ୍କ ସହ ହୋଇଥିବା ବାର୍ତ୍ତାଳାପର ଭିଡିଓ ସେୟାର କରିବା ପରେ ତାଙ୍କ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ନିବେଶ କରିବାରେ ତାଙ୍କର ବିଚକ୍ଷଣ ବୁଦ୍ଧି ରହିଛି। ତାଙ୍କର ଏଲ୍ଆଣ୍ଡ୍ଟିରେ ୮୦ କୋଟି ଟଙ୍କା, ଅଲ୍ଟ୍ରାଟେକ୍ ସିମେଣ୍ଟରେ ୨୧ କୋଟି ଟଙ୍କା ଏବଂ କର୍ଣ୍ଣାଟକ ବ୍ୟାଙ୍କରେ କୋଟିଏ ଟଙ୍କାର ସେୟାର ରହିଛି।
ବର୍ଷକୁ ସେ ଲାଭାଂଶ ବାବଦରେ ୬ ଲକ୍ଷ ଟଙ୍କା ପାଉଛନ୍ତି। ତାଙ୍କ ଜୀବନ କାହାଣୀକୁ ନେଇ ଇଣ୍ଟରନେଟ୍ ଜଗତ ଦୁଇ ଭାଗ ହୋଇଯାଇଛି। କିଛି ଲୋକ ତାଙ୍କ ସରଳ ଜୀବନଶୈଳୀକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ କହିଛନ୍ତି ଯେ ଏତେ ସମ୍ପତ୍ତି ଥାଇ ଯଦି ତାହାକୁ ଉପଭୋଗ କରାନଯିବ ତେବେ ତାହାର କ’ଣ ମୂଲ୍ୟ। ଏହି ବୃଦ୍ଧଙ୍କ ଭିଡିଓକୁ ସୋସିଆଲ ମିଡିଆରେ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଧନ ଥାଇ ଏଭଳି ଜୀବନଯାପନକୁ ନେଇ ବିତର୍କ ଜାରି ରହିଛି। ସେଥିରେ ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ମତ ଦେଉଛନ୍ତି।
Follow Us