କନକ ବ୍ୟୁରୋ: ବୃଦ୍ଧଙ୍କ ହାତ ବାଜି ମଦ ଗ୍ଲାସ ପଡ଼ିଯିବାରୁ ମାନବିକତା ଭୁଲି ଗଲେ ଦୁର୍ବୃତ୍ତ । ବୃଦ୍ଧଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଲୁଟିନେଲେ ୧୭ ହଜାର ଟଙ୍କା । ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଘଟିଛି ଏଭଳି ଘଟଣା ।
ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କଲେ ଆହତ ବୃଦ୍ଧ । ଅଭିଯୋଗ ଅନୁସାରେ ୨ଜଣ ବ୍ୟକ୍ତି ମଦ କାଉଣ୍ଟର ସାମ୍ନାରେ ମଦ୍ୟପାନ କରୁଥିଲେ । ଅଜାଣତରେ ବୃଦ୍ଧଙ୍କ ହାତ ବାଜି ଗ୍ଲାସ ଭାଙ୍ଗିଯିବାରୁ ମଦ୍ୟପ ୨ ଯୁବକ ରାଗି ଯାଇ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ଠାରୁ ଟଙ୍କା ଛଡ଼ାଇ ନେଇଥିଲେ । ମଦ୍ୟପଙ୍କ ମାଡ଼ରେ ବୃଦ୍ଧ ଜଣଙ୍କ ଆହତ ହୋଇଥିବା ବେଳେ ୧୭ ହଜାର ଟଙ୍କା ତାଙ୍କ ଠାରୁ ମଦ୍ୟପ ଯୁବକ ନେଇଯାଇଥିବା ଅଭିଯୋଗରେ କହିଛନ୍ତି । ସିସିଟିଭି ଫୁଟେଜ ଆଧାରରେ ଜଣେ ଯୁବକକୁ ପୁଲିସ କାବୁ କରି ପଚରାଉଚରା କରୁଛି । ଅନ୍ୟ ଜଣେ ଘଟଣାରେ ଫେରାର ଥିବା ସୂଚନା ରହିଛି ।