ମଣିପୁରରେ ଶାନ୍ତି ଫେରିବା ନେଇ ଦେଖାଦେଲା ଆଶାର କିରଣ । ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କଲା ସଶସ୍ତ୍ର ସଂଗଠନ ୟୁଏନଏଲଏଫ୍

156

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ବୁଧବାର ଦିନ କହିଛନ୍ତି କି, ମଣିପୁରରେ ସବୁଠାରୁ ପୁରୁଣା ସଶସ୍ତ୍ର ସଂଗଠନ ୟୁଏନଏଲଏଫ୍ ହିଂସା ଛାଡି ମୁଖ୍ୟ ଧାରାରେ ସାମିଲ ହେବାକୁ ସହମତି ପ୍ରକାଶ କରିଛି । ଏନେଇ ସଂଗଠନ ତରଫରୁ ଏକ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କରିଥିବା କଥା ଗୃହମନ୍ତ୍ରୀ କହିଛନ୍ତି ।

ଗୃହମନ୍ତ୍ରୀ ଅମିତ୍ ଶାହା ସୋସିଆଲ ମିଡିଆ ସାଇଡ୍ ଏକ୍ସ ରେ କିଛି ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି କି, ଏକ ଐତିହାସିକ ଉପଲବ୍ଧି ହାସଲ ହୋଇଛି । ପୂର୍ବୋତରରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ମୋଦୀ ସରକାରଙ୍କ ପ୍ରଚେଷ୍ଠାରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି । ୟୁନାଇଟେଡ ନ୍ୟାସନାଲ ଲିବରେଶନ ଫ୍ରଣ୍ଟ ଆଜି ନୂଆ ଦିଲ୍ଲୀରେ ଏକ ଶାନ୍ତି ଚୁକ୍ତି ଉପରେ ସ୍ୱାକ୍ଷର କରିଛି ।

ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି, ମଣିପୁରର ସବୁଠାରୁ ପୁରୁଣା ଘାଟି ସ୍ଥିତି ସଶସ୍ତ୍ର ସଂଗଠନ ୟୁଏନଏଲଏଫ୍ ହିଂସା ଛାଡି ମୁଖ୍ୟ ଧାରାରେ ସାମିଲ ହେବାକୁ ସହମତ ହୋଇଛି । ଲୋକତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇଥିବାରୁ ଗୃହମନ୍ତ୍ରୀ ସେମାନଙ୍କୁ ସ୍ୱାଗତ କରିଛନ୍ତି ।

ଅନ୍ୟ ଏକ ପୋଷ୍ଟରେ ଅମିତ୍ ଶାହା ଲେଖିଛନ୍ତି କି, ଭାରତ ସରକାର, ମଣିପୁର ସରକାର ଓ ୟୁଏନଏଲଏଫ୍ ମଧ୍ୟରେ ୬୦ବର୍ଷ ପରେ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର ହୋଇଛି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବକା ବିକାଶ ଦୃଷ୍ଟିକୋଣକୁ ସାକାର କରିବାରେ ସହାୟକ ହେବ ।

କିଛିଦିନ ତଳେ ଗୃହମନ୍ତ୍ରଣାଳୟ ଅନ୍ୟ ଚରମପନ୍ଥୀ ସଂଗଠନ ସହ ୟୁଏନଏଲଏଫ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ହେଲେ ପ୍ରତିବନ୍ଧକ ଲଗାଯିବାର କିଛିଦିନ ପରେ ସଂଗଠନ ଏହି ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କରିଛି ।