ଏଣିକି ପୁରୁଣା ଗାଡ଼ିରେ ଲାଗିବ ‘ସବୁଜ ଟିକସ’: ପ୍ରଦୂଷଣକାରୀ ଗାଡ଼ିରେ ଲାଗୁ ହେବ ‘ଗ୍ରୀନ ଟ୍ୟାକ୍ସ’; ଇଲେ‌କ୍ଟ୍ରିକ୍ ଯାନ, ଟ୍ରାକ୍ଟରରୁ ଆଦାୟ ହେବନି ଟିକସ

ଏଣିକି ପୁରୁଣା ଗାଡ଼ିରେ ଲାଗିବ ‘ସବୁଜ ଟିକସ’: ପ୍ରଦୂଷଣକାରୀ ଗାଡ଼ିରେ ଲାଗୁ ହେବ ‘ଗ୍ରୀନ ଟ୍ୟାକ୍ସ’; ଇଲେ‌କ୍ଟ୍ରିକ୍ ଯାନ, ଟ୍ରାକ୍ଟରରୁ ଆଦାୟ ହେବନି ଟିକସ

କନକ ବ୍ୟୁରୋ: ଆଠ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନବୀକରଣ ସମୟରେ ସଡ଼କ ଟିକସର ୧୦% କିମ୍ବା ୨୫% ରାଶିକୁ ସବୁଜ ଟିକସ ଭାବେ ଆଦାୟ କରାଯିବ। ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର ହେଉଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ପଞ୍ଜୀକରଣ ନବୀକରଣ ସମୟରେ ଏହି ଟିକସ ଆଦାୟ କରାଯିବ। ସିଟି ବସ୍‌ ଭଳି ଜନ ସାଧାରଣଙ୍କ ଗମନାଗମନରେ ବ୍ୟବହୃତ ହେଉଥିବା ଗାଡ଼ିରୁ କମ୍ ସବୁଜ ଟିକସ ଆଦାୟ କରାଯିବ।

ଅତ୍ୟଧିକ ପ୍ରଦୂଷଣ ହେଉଥିବା ସହରରେ ପଞ୍ଜୀକରଣ ହୋଇଥିବା ଗାଡ଼ିଗୁଡ଼ିକ ଠାରୁ ୫୦% ଭଳି ଉଚ୍ଚ ହାରରେ ଟିକସ ଆଦାୟ କରାଯିବ। ଗାଡ଼ି ଓ ‌ସେଥିରେ ବ୍ୟବହାର ହେଉଥିବା ଇନ୍ଧନ ଅନୁସାରେ ଟିକସ କେତେ ରହିବ ତାହା ଧାର୍ଯ୍ୟ କରାଯିବ। ତେବେ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ଟ୍ରାକ୍ଟର, ହାର୍ଭେଷ୍ଟର ଓ ଟିଲର୍‌ଗୁଡ଼ିକରେ ଏହି ଟିକସ ଲାଗୁ ହେବ ନାହିଁ।

ଇଲେକ୍ଟ୍ରିକ୍ ଯାନ, ସିଏନ୍‌ଜିରେ ଚାଲୁଥିବା ଗାଡ଼ି, ହାଇବ୍ରିଡ୍‌ ଗାଡ଼ିଗୁଡ଼ିକ ଉପରେ ମଧ୍ୟ ଏହି ଟିକସ ଲାଗୁ ହେବ ନାହିଁ। ସବୁଜ ‌ଟିକସ ବାବଦରେ ଯେଉଁ ଅର୍ଥ ଆଦାୟ କରାଯିବ ତାହାକୁ ଏକ ସ୍ବତନ୍ତ୍ର ଖାତାରେ ରଖାଯିବ। ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ତାହା ବ୍ୟବହୃତ ହେବ। ସରକାରୀ ବିଭାଗ ଓ ପିଏସ୍‌ୟୁ ସଂସ୍ଥାଗୁଡ଼ିକରେ ବ୍ୟବହାର ହେଉଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକର ପଞ୍ଜୀକରଣ ବାତିଲ କରିବା ଏବଂ ସ୍କ୍ରାପ୍‌ରେ ପରିଣତ କରିବା ସମ୍ପର୍କିତ ଏକ ପ୍ରସ୍ତାବକୁ ମଧ୍ୟ ଶ୍ରୀଯୁକ୍ତ ଗଡ଼କରୀ ମଞ୍ଜୁରି ଦେଇଛନ୍ତି। ଏହି ନିଷ୍ପତ୍ତି ଚଳିତ ବର୍ଷ ଏପ୍ରିଲ୍ ୧ରୁ ଲାଗୁ ହେବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe