କନକ ବ୍ୟୁରୋ: ଆଠ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକର ଫିଟ୍ନେସ୍ ସାର୍ଟିଫିକେଟ୍ ନବୀକରଣ ସମୟରେ ସଡ଼କ ଟିକସର ୧୦% କିମ୍ବା ୨୫% ରାଶିକୁ ସବୁଜ ଟିକସ ଭାବେ ଆଦାୟ କରାଯିବ। ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର ହେଉଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ପଞ୍ଜୀକରଣ ନବୀକରଣ ସମୟରେ ଏହି ଟିକସ ଆଦାୟ କରାଯିବ। ସିଟି ବସ୍ ଭଳି ଜନ ସାଧାରଣଙ୍କ ଗମନାଗମନରେ ବ୍ୟବହୃତ ହେଉଥିବା ଗାଡ଼ିରୁ କମ୍ ସବୁଜ ଟିକସ ଆଦାୟ କରାଯିବ।
ଅତ୍ୟଧିକ ପ୍ରଦୂଷଣ ହେଉଥିବା ସହରରେ ପଞ୍ଜୀକରଣ ହୋଇଥିବା ଗାଡ଼ିଗୁଡ଼ିକ ଠାରୁ ୫୦% ଭଳି ଉଚ୍ଚ ହାରରେ ଟିକସ ଆଦାୟ କରାଯିବ। ଗାଡ଼ି ଓ ସେଥିରେ ବ୍ୟବହାର ହେଉଥିବା ଇନ୍ଧନ ଅନୁସାରେ ଟିକସ କେତେ ରହିବ ତାହା ଧାର୍ଯ୍ୟ କରାଯିବ। ତେବେ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ଟ୍ରାକ୍ଟର, ହାର୍ଭେଷ୍ଟର ଓ ଟିଲର୍ଗୁଡ଼ିକରେ ଏହି ଟିକସ ଲାଗୁ ହେବ ନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/5-29.jpg)