ବଢି ପାଣି ମଝିରେ ଫଶିଲେ ବୃଦ୍ଧା : ଉଦ୍ଧାର କରିବାକୁ ଯାଇ ନାଳ ମଝିରେ ଅଟକି ରହିଲେ ଯୁବକ

Advertisment
ବଢି ପାଣି ମଝିରେ ଫଶିଲେ ବୃଦ୍ଧା : ଉଦ୍ଧାର କରିବାକୁ ଯାଇ ନାଳ ମଝିରେ ଅଟକି ରହିଲେ ଯୁବକ

କନକ ବ୍ୟୁରୋ : ବଢି ପାଣି ମଝିରେ ଫସିଲେ ବୃଦ୍ଧା । ଉଦ୍ଧାର କରିବାକୁ ଯାଇ ନାଳ ମଝିରେ ଥିବା ପଥରରେ ଅଟକି ରହିଛନ୍ତି ଯୁବକ  । ଅନୁଗୁଳ ହୁଳୁରୁସିଂହା ଦେଇ ଯାଇଥିବା ଲିଙ୍ଗରା ନାଳରେ ଦୁଇ ଜଣ ଫସି ରହିଛନ୍ତି । ପ୍ରାୟ ୨ ଘଂଟାରୁ ଅଧିକ ହେବ ଏମାନେ ଫସି ରହିଥିବାରୁ ଉଦ୍ଧାର କରାଯାଇପାରିନାହିଁ  ।

ଆଜି ସକାଳେ ବୃଦ୍ଧା ଜଣଙ୍କ ନାଳକୁ ଯାଇଥିବା ବେଳେ ବର୍ଷା ପାଣି ମାଡି ଆସିଥିଲା  । ବୃଦ୍ଧା ଜଣଙ୍କ ଏକ ପଥର ଉପରକୁ ଚଢି ଯାଇଥିଲେ  । ତାଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ସାହସ ବାନ୍ଧି ପହଁରି ପହଁରି ବୃଦ୍ଧାଙ୍କ ପାଖରେ ପହଂଚିଥିଲେ । ହେଲେ ସେ ମଧ୍ୟ ଫସି ଯାଇଥୀଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚିଛି । ହେଲେ ବଢି ପାଣି ଯୋଗୁ କେହି ସେଠାକୁ ଯିବାକୁ ସାହାସ କରୁନାହାନ୍ତି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe