ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ହେଲେ ଟାଇପିଷ୍ଟ ଅମ୍ମା ! ୭୫ ବର୍ଷ ବୟସରେ ଅମ୍ମାଙ୍କ କଳା ବଡ ବଡଙ୍କର ଛୁଟି କରିଦେବ । 

Advertisment
ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ହେଲେ ଟାଇପିଷ୍ଟ ଅମ୍ମା ! ୭୫ ବର୍ଷ ବୟସରେ ଅମ୍ମାଙ୍କ କଳା ବଡ ବଡଙ୍କର ଛୁଟି କରିଦେବ । 

ବର୍ତ୍ତମାନ ସୋସିଆଲ୍ ମିଡିଆ ଏଭଳି ଏକ ପ୍ଲାଟଫର୍ମ ହେଲାଣି  ଯେଉଁଠି ଲୋକଙ୍କ ଗୁପ୍ତ ପ୍ରତିଭା ସାମ୍ମାକୁ ଆସୁଛି । ଉଦାହରଣ ସ୍ୱରୁପ ଡ୍ୟାନ୍ସିଙ୍ଗ ଅଙ୍କଲଙ୍କ କଥା ନିଅନ୍ତୁ ବିବାହ ଉତ୍ସବରେ ଡ୍ୟାନ୍ସ କରିଥିବା ଭିଡିଓ ତାଙ୍କର ଏଭଳି ଭାଇରାଲ୍ ହେଲା ଯେ ସେ ଏବେ ବଲିଉଡରେ ମଧ୍ୟ ଚର୍ଚ୍ଚିତ ଚେହେରା ହୋଇଗଲେଣି । ବର୍ତ୍ତମାନ ଏଭଳି ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏବଂ ଭିଡିଓଟି ହେଉଛି ମଧ୍ୟପ୍ରଦେଶର ।

publive-image

ମଧ୍ୟପ୍ରଦେଶର ଭୋପାଲରେ କଲେକ୍ଟର ଅଫିସ ବାହାରେ କାମ କରୁଥିବା ଜଣେ ବୃଦ୍ଧା ଟାଇପିଷ୍ଟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୭୫ବର୍ଷ ବୟସରେ ଏହି ବୃଦ୍ଧା ମହିଳା ଯେଭଳି ବେଗରେ ଟାଇପ୍ କରୁଛନ୍ତି ଆପଣ ବି ଦେଖି ଆଶ୍ଚର୍ୟ୍ୟ ହୋଇଯିବେ। ଏହି ମହିଳାଙ୍କ ଟାଇପିଂ ସ୍ପିଡ୍ ଦେଖି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହଓ୍ଵାଗ ବି ଟୁଇଟରେ ପ୍ରଶଂସା କରିଛନ୍ତି।

ବୀରେନ୍ଦ୍ର ସେହଓ୍ଵାଗ ଟାଇପିଷ୍ଟ ଅମ୍ମାଙ୍କ ଭିଡିଓ ସେୟାର କରି ଲେଖିଛନ୍ତି, ମୋ ପାଇଁ ଏହି ମହିଳା ହେଉଛି ସୁପର ଓମେନ୍। ଯୁବପିଢ଼ିଙ୍କୁ ଏହି ଆମ୍ମାଙ୍କଠାରୁ କିଛି ଶିଖିବା ଆବଶ୍ୟକ। ସେ ଆମକୁ ଶିଖାଉଛନ୍ତି କି କୌଣସି କାମ ଛୋଟ ହୋଇ ନଥାଏ, କି କାମ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ବୟସସୀମାର ଆବଶ୍ୟକ ନାହିଁ। ପ୍ରଣାମ !

ସୋସିଆଲ ମିଡିଆରେ ଏହି ୭୫ବର୍ଷ ବୃଦ୍ଧା ମହିଳାଙ୍କୁ ‘ଟାଇପିଷ୍ଟ ଅମ୍ମା’ କହୁଛନ୍ତି। ଏବଂ ତାଙ୍କ ପାଖକୁ ଅନେକ ପ୍ରଶଂସାର ସୁଅ ଛୁଟି ଆସୁଛି। ଏହି ବୃଦ୍ଧା ମହିଳା ପରିଣତ ବୟସରେ କାମ କରି ସମ୍ମାନର ସହ ବଞ୍ଚୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe