ମତେ ମନ୍ଦିର ଭିତରକୁ ନେଇଯାଅ, ମୁଁ କାଳିଆ ଦର୍ଶନ କରିବି... ଜଗାକୁ ଦେଖିବାକୁ ଜିଦ୍ ଧରିଛନ୍ତି ବୃଦ୍ଧା । ଶରଣକୂଳରୁ ଆସି ବଡଦାଣ୍ଡରେ କରୁଛନ୍ତି ଅଳି...

Advertisment
ମତେ ମନ୍ଦିର ଭିତରକୁ ନେଇଯାଅ, ମୁଁ କାଳିଆ ଦର୍ଶନ କରିବି... ଜଗାକୁ ଦେଖିବାକୁ ଜିଦ୍ ଧରିଛନ୍ତି ବୃଦ୍ଧା । ଶରଣକୂଳରୁ ଆସି ବଡଦାଣ୍ଡରେ କରୁଛନ୍ତି ଅଳି...

କନକ ବ୍ୟୁରୋ: ମତେ ଟିକେ ମନ୍ଦିର ଭିତରକୁ ନେଇଯାଅ, ମୁଁ କାଳିଆକୁ ଦର୍ଶନ କରିବି... ଏ ଆଖି ସେ ଚକା ଆଖିକୁ କେତେ ଦିନ ହେବ ଦେଖିନି । କାଳିଆକୁ ନଦେଖିଲେ ମୁଁ ଏଠୁ ଜମା ଉଠିବିନି । ମତେ ମନ୍ଦିର ଭିତରକୁ ଛାଡ ମୁଁ ମହାପ୍ରଭୁଙ୍କୁ ଦେଖିବି... କିଛି ଏମିତି ଭାବ ନେଇ ଆଜି ଶ୍ରୀମନ୍ଦିର ସାମ୍ନାରେ ଅଳି କରିଛନ୍ତି ବୃଦ୍ଧା ।

ଶ୍ରୀମନ୍ଦିରରେ ଜଗାକୁ ଦେଖିବାକୁ ବୃଦ୍ଧାଙ୍କ ଜିଦ୍ । ଦର୍ଶନ ପାଇଁ ଅଡିବସିଲେ ବୃଦ୍ଧା । ବଡଦାଣ୍ଡରେ ଜିଦ ଧରି ବସିଛନ୍ତି ବୁଢୀମାଆ ଜଣଙ୍କ । କହୁଛନ୍ତି ମତେ ମନ୍ଦିରକୁ ନେଇ କାଳିଆ ଦର୍ଶନ କରାଅ । ଶରଣକୂଳରୁ ଆସିଛନ୍ତି ବୃଦ୍ଧା । ତେବେ କରୋନା କଟକଣା ପାଇଁ ମନ୍ଦିର ବନ୍ଦ ରହିଥିବାରୁ ଭକ୍ତଙ୍କୁ ଦର୍ଶନ ମନା । ଠାକୁରଙ୍କୁ ବହୁ ଦିନ ଧରି ଭକ୍ତ ନଦେଖି ପାରିବାରୁ ବ୍ୟାକୁଳ ହୋଇ ବଡଦାଣ୍ଡକୁ ଆଶା ନେଇ ଆସିଛନ୍ତି ୮୦ ବର୍ଷରୁ ଅଧିକ ବୟସର ବୃଦ୍ଧା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe