କନକ ବ୍ୟୁରୋ:ମତେ ଟିକେ ମନ୍ଦିର ଭିତରକୁ ନେଇଯାଅ, ମୁଁ କାଳିଆକୁ ଦର୍ଶନ କରିବି... ଏ ଆଖି ସେ ଚକା ଆଖିକୁ କେତେ ଦିନ ହେବ ଦେଖିନି । କାଳିଆକୁ ନଦେଖିଲେ ମୁଁ ଏଠୁ ଜମା ଉଠିବିନି । ମତେ ମନ୍ଦିର ଭିତରକୁ ଛାଡ ମୁଁ ମହାପ୍ରଭୁଙ୍କୁ ଦେଖିବି...କିଛି ଏମିତି ଭାବ ନେଇ ଆଜି ଶ୍ରୀମନ୍ଦିର ସାମ୍ନାରେ ଅଳି କରିଛନ୍ତି ବୃଦ୍ଧା ।
ଶ୍ରୀମନ୍ଦିରରେ ଜଗାକୁ ଦେଖିବାକୁ ବୃଦ୍ଧାଙ୍କ ଜିଦ୍ । ଦର୍ଶନ ପାଇଁ ଅଡିବସିଲେ ବୃଦ୍ଧା । ବଡଦାଣ୍ଡରେ ଜିଦ ଧରି ବସିଛନ୍ତି ବୁଢୀମାଆ ଜଣଙ୍କ । କହୁଛନ୍ତି ମତେ ମନ୍ଦିରକୁ ନେଇ କାଳିଆ ଦର୍ଶନ କରାଅ । ଶରଣକୂଳରୁ ଆସିଛନ୍ତି ବୃଦ୍ଧା । ତେବେ କରୋନା କଟକଣା ପାଇଁ ମନ୍ଦିର ବନ୍ଦ ରହିଥିବାରୁ ଭକ୍ତଙ୍କୁ ଦର୍ଶନ ମନା । ଠାକୁରଙ୍କୁ ବହୁ ଦିନ ଧରି ଭକ୍ତ ନଦେଖି ପାରିବାରୁ ବ୍ୟାକୁଳ ହୋଇ ବଡଦାଣ୍ଡକୁ ଆଶା ନେଇ ଆସିଛନ୍ତି ୮୦ ବର୍ଷରୁ ଅଧିକ ବୟସର ବୃଦ୍ଧା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/5-15.jpg)