କନକ ବ୍ୟୁରୋ: ଆଧାର ସଂଯୋଗ ନଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇପାରିଲେନି ୮୬ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା । ଆଧାର ସଂଯୋଗ ପାଇଁ ୩୦ କିଲୋମିଟର ଦୂର ଆଧାର ସଂଯୋଗ କେନ୍ଦ୍ରକୁ ଗୁରୁଣ୍ଡି ଗୁରୁଣ୍ଡି ବାହାରିଲେ । ଅଧାବାଟରୁ ବୃଦ୍ଧାଙ୍କୁ ଦେଖି ଗ୍ରାହକ ସେବା କେନ୍ଦ୍ରକୁ ନେଲେ ସାମ୍ବାଦିକ । ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ କୁତ୍ରା ଅଞ୍ଚଳରେ ।
୮୬ ବର୍ଷୀୟ ବୃଦ୍ଧା ଟେରସା ବାର୍ଲା ଅସୁସ୍ଥ ଥିବାରୁ ଗାଁ ପାଖ ବୈଦ୍ୟଙ୍କୁ ଦେଖାଇବାକୁ ଯାଇଥିଲେ । ଚିକିତ୍ସା ପାଇଁ ବୈଦ୍ୟ ପାଉଣା ମାଗିଥିଲେ । ଏଥିପାଇଁ ଗ୍ରାହକ ସେବା କେନ୍ଦ୍ରକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେଠାରେ ଆଧାର ସଂଯୋଗ ହୋଇନପାରିବାରୁ ବ୍ୟାଙ୍କକୁ ଯିବା ପାଇଁ କୁହାଯାଇଥିଲା । ତେଣୁ ସେ ୩୦ କିଲୋମିଟର ଦୂର ବ୍ୟାଙ୍କକୁ ଯିବାକୁ ବାହାରିଥିଲେ । କୁତ୍ରା ବଜାରରେ ସାମ୍ବାଦିକ ଦେଖି ତାଙ୍କୁ ନିକଟରେ ଥିବା ଗ୍ରାହକ ସେବା କେନ୍ଦ୍ରକୁ ନେଇଥିଲେ । ସେଠାରେ ଯାଞ୍ଚ ପରେ ବୃଦ୍ଧାଙ୍କ ଖାତାରେ ଆଧାର ସଂଯୋଗ ଥିବା ଜଣାପଧଡ଼ିଥିଲା । ସେଠାରୁ ସେ ହଜାରେ ଟଙ୍କା ଉଠାଇ ଘରକୁ ଫେରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/Screen-Shot-2023-11-16-at-9.11.42-AM.jpg)