ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା । ଉମରକୋଟ ବ୍ଲକ ମେନ୍ଦାବେଡା ଗାଁରେ ଅଭାବନୀୟ ଘଟଣା ।

Advertisment
ପୂର୍ବ ଶତ୍ରୁତାକୁ ନେଇ ଛୁରାମାଡ଼ରେ ଯୁବକ ମୃତ । ଆକ୍ରମଣକାରୀର ଘର ଜାଳିଦେଲେ ଗାଁ ଲୋକ ।

କନକ ବ୍ୟୁରୋ: ଗୁଣି ଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମେନ୍ଦାବେଡା ଗ୍ରାମରେ ଅଭାବନୀୟ ଘଟଣା । ମୃତକ ଜଣକ ହେଉଛନ୍ତି ତମରିନ ଭତ୍ରା । ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ନିଜ ଘରେ ଥିବା ବେଳେ ତମରିନଙ୍କୁ ସେହି ଗ୍ରାମର କିଛି ଲୋକ ମାରପିଟ୍ କରିବା ପରେ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଝିଅ ଓ ପୁଅ ବିରୋଧ କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରିଥିଲେ । ଅଭିଯୋଗ ଆଧାରରେ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe