କନକ ବ୍ୟୁରୋ : ଯାହା ଅନ୍ୟସବୁ ପ୍ରସଙ୍ଗରେ ଅସମ୍ଭବ ତାହା ପ୍ରେମ ପ୍ରସଙ୍ଗରେ ସମ୍ଭବ । ସେଥିପାଇଁ କୁହାଯାଏ ପ୍ରକୃତ ପ୍ରେମ ଆଗରେ କିଛି ବି ନଥାଏ ବାଧାବିଘ୍ନ । ଏହାସହ ଏବେ ସୟମରେ ପ୍ରେମ ପାଇଁ ବୟସର ତାରତମ୍ୟ କିଛି ବି ବାଧକ ସାଜିପାରେ ନାହିଁ । ତାହା ଏବେ କରି ଦେଖାଇଛନ୍ତି ପୋଲାଣ୍ଡର ଜଣେ ୮୩ ବର୍ଷିୟା ମହିଳା । ସେ ପାକିସ୍ତାନର ଜଣେ ୨୮ ବର୍ଷିୟ ଯୁବକଙ୍କୁ ବିବାହ କରିବାକୁ ସୁଦୂର ପୋଲାଣ୍ଡରୁ ଆସି ପାକିସ୍ତାନରେ ପହଂଚିଛନ୍ତି । କେବଳ ପହଂଚି ନାହାଁନ୍ତି ବରଂ ଉଭୟଙ୍କ ମଧ୍ୟରେ ବିବାହ ମଧ୍ୟ ସମାପ୍ତ ହୋଇଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ଦମ୍ପତ୍ତି କହିଛନ୍ତି କି ତାଙ୍କ ବୈବାହିକ ଜୀବନ ବେଶ୍ ଶୃଙ୍ଖଳିତ ରହିଛି । ସେମାନଙ୍କ ମଧ୍ୟରେ ପ୍ରଥମେ ସୋସିଆଲ ମିଡିଆରେ ପରିଚୟ ହୋଇଥିଲା । ପ୍ରଥମେ ବନ୍ଧୁତା ଓ କିଛିଦିନ ମଧ୍ୟରେ ଏହା ଭଲପାଇବା ଆଡକୁ ଗତି କରିଥିଲା । ଏହାପରେ ଉଭୟ ଉଭୟଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଏନେଇ ଉଭୟ ସମ୍ମତି ହେବା ପରେ ମହିଳା ଜଣଙ୍କ ପୋଲାଣ୍ଡରୁ ଆସି ପାକିସ୍ତାନରେ ପହଂଚିଯାଇଥିଲେ ।
ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବା ଏହି ନିଆରା ବାହାଘର ପଛରେ ଫେସବୁକର ବଡ ଭୂମିକା ରହିଛି । ସେମାନେ ପ୍ରଥମେ ଫେସବୁକରେ ପରିଚିତ ହୋଇ ପରସ୍ପର ମଧ୍ୟରେ କଥଶ ହୋଇଥିଲେ । ଏହାପରେ ସେମାନେ ନିଜ ଭିତରେ ଥିବା ବୟସର ତାରତମ୍ୟକୁ ବେଖାତର କରି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।
୮୩ ବର୍ଷିୟା ଏହି ମହିଳାଙ୍କ ୨୮ ବର୍ଷିୟ ସ୍ୱାମୀ ହାପିଜ୍ ନଦୀମ ପାକିସ୍ତାନର କାଜିପୁର ଠାରେ ରହିଥାନ୍ତି । ସେ ପେଶାରେ ଜଣେ ଅଟୋ ମେକାନିକ୍ । ଏହି ବାହାଘରକୁ ନେଇ ଉଭୟ ଖୁସିଥିବା କଥା ଏକ ପାକିସ୍ତାନୀ ଗଣମାଧ୍ୟମ ସହ ଆଲୋଚନା ବେଳେ ଉଭୟ କହିଛନ୍ତି ।