କନକ ବ୍ୟୁରୋ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଗତକାଲି ମହାପ୍ରଭୁଙ୍କ ଦର୍ଶନ କରି ଫେରିବା ପରେ କୋଲକତା ଅଞ୍ଚଳର ଜଣେ ବୃଦ୍ଧା ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ପ୍ରକାଶ ଯେ, କୋଲକାତା ସଲ୍ଟଲେକ୍ ଅଞ୍ଚଳର ନିଲକ୍ରିଷ୍ଣ ପାଲଙ୍କ ପତ୍ନୀ ପ୍ରୀତିପୂର୍ଣ୍ଣା ପାଲ୍ (୭୪) ସପରିବାର ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ।
source : India TVଗତକାଲି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ପ୍ରୀତିପୂର୍ଣ୍ଣା ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ନାକଚଣା ଦ୍ବାର ଦେଇ ସିଂହଦ୍ବାର ନିକଟକୁ ଆସିଥିଲେ। ଏହି ସମୟରେ ଅଣନିଃଶ୍ବାସୀ ହୋଇ ସେ ତଳେ ପଡ଼ିଯାଇଥିଲେ। ଆଶୁ ଚିକିତ୍ସା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us