କନକ ବ୍ୟୁରୋ : ବଢି ପାଣି ମଝିରେ ଫସିଲେ ବୃଦ୍ଧା । ଉଦ୍ଧାର କରିବାକୁ ଯାଇ ନାଳ ମଝିରେ ଥିବା ପଥରରେ ଅଟକି ରହିଛନ୍ତି ଯୁବକ । ଅନୁଗୁଳ ହୁଳୁରୁସିଂହା ଦେଇ ଯାଇଥିବା ଲିଙ୍ଗରା ନାଳରେ ଦୁଇ ଜଣ ଫସି ରହିଛନ୍ତି । ପ୍ରାୟ ୨ ଘଂଟାରୁ ଅଧିକ ହେବ ଏମାନେ ଫସି ରହିଥିବାରୁ ଉଦ୍ଧାର କରାଯାଇପାରିନାହିଁ ।
ଆଜି ସକାଳେ ବୃଦ୍ଧା ଜଣଙ୍କ ନାଳକୁ ଯାଇଥିବା ବେଳେ ବର୍ଷା ପାଣି ମାଡି ଆସିଥିଲା । ବୃଦ୍ଧା ଜଣଙ୍କ ଏକ ପଥର ଉପରକୁ ଚଢି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ସାହସ ବାନ୍ଧି ପହଁରି ପହଁରି ବୃଦ୍ଧାଙ୍କ ପାଖରେ ପହଂଚିଥିଲେ । ହେଲେ ସେ ମଧ୍ୟ ଫସି ଯାଇଥୀଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚିଛି । ହେଲେ ବଢି ପାଣି ଯୋଗୁ କେହି ସେଠାକୁ ଯିବାକୁ ସାହାସ କରୁନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/1-21.jpg)