ପୁଲୱାମା ସିଆରପିଏଫ୍ ଆତ୍ମଘାତୀ ଆକ୍ରମଣରେ ଭାରତର ୪୦ ଯବାନ ସହିଦ୍ ହୋଇଗଲେ । ଏହି ଘଟଣା ପରେ ଗୋଟିଏ ପଟେ ଯେଉଁଠି ବହୁତ ଲୋକ ଯବାନଙ୍କ ପରିବାରକୁ ସାହାଯ୍ୟର ହାତ ବଢାଉଛନ୍ତି । ଅନ୍ୟ ପଟେ କିଛି ଲୋକ ଏଭଳି ବି ଅଛନ୍ତି ଯେଉଁମାନେ ଯବାନଙ୍କ ବଳିଦାନର ଫଟୋକୁ ଲୋକଙ୍କ ମଧ୍ୟରେ ହିଂସା ଭାବନା ଜାଗ୍ରତ କରାଇବା ଭଳି କାମ କରୁଛନ୍ତି । ଏଭଳି ଲୋକଙ୍କ ଠାରୁ ବଂଚିବା ପାଇଁ ସିଆରପିଏଫ୍ ତରଫରୁ ପରାମର୍ଶ ଦିଆଯାଇଛି ।
ସିଆରପିଏଫ୍ ଏହି ପରାମର୍ଶ ଜାରୀ କରି କହିଛନ୍ତି , ଆମେ ଦେଖୁଛୁ ଯେ କିଛି ଲୋକ ସହିଦ୍ ଯବାନଙ୍କ ଶରୀରର କିଛି ଅଂଶର ମିଛ ଖବରକୁ ବ୍ୟବହାର କରି ହିଂସାଭାବନା ଜାଗ୍ରତ କରିବାକୁ ଚାହୁଁଛନ୍ତି । ଆମ ସମସ୍ତଙ୍କୁ ଏହି ଗମ୍ଭୀର ପରିସ୍ଥିିତିରେ ଏକତ୍ର ହୋଇ ରହିବାକୁ ପଡିବ । ଆପଣ ଏଭଳି ହିଂସାଭାବକୁ ପ୍ରସାରିତ କରୁଥିବା ଭଳି କିଛି ବି ପୋଷ୍ଟକୁ ସେୟାର୍ କରନ୍ତୁ ନାହିଁ । [email protected] ଆପ୍ ରେ ଆପଣ ଏଭଳି ଫଟୋ କିମ୍ବା ପୋଷ୍ଟ୍ ଉପରେ ଅଭିଯୋଗ କରିପାରିବେ । ଭାରତ ସରକାରର ଗୃହ ମନ୍ତ୍ରାଳୟ ତରଫରୁ ମଧ୍ୟ ଏଥିପାଇଁ ରିପୋର୍ଟ ଜାରୀ କରାଯାଇଛି । ଗୃହ ମନ୍ତ୍ରାଳୟ ତରଫରୁ କୁହାଯାଇଛି କି ସାଧାରଣ ଲୋକମାନେ ସହିଦଙ୍କ ପରିବାରକୁ ଆର୍ଥୀକ ସ୍ତରରେ ସାହାଯ୍ୟ କରିବା ପାଇଁ ୱେବସାଇଟ୍ bharatkeveer.gov.in ରେ କରିପାରିବେ ।
ଏହି କିଛିଦିନ ତଳେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ପୁଲୱାମା ଆକ୍ରମଣରେ ହେଉଥିବା କଥା କୁହାଯାଉଥିଲା । ଏହି ସିସିଟିଭି ଭିଡିଓରେ ଏକ ବଡ ଧରଣର ବିସ୍ଫୋରଣ ହେଉଥିବା କଥା ଦେଖାଦେଉଛି କିନ୍ତୁ ବାସ୍ତବରେ ଏହି ଘଟଣାଟି ୧୨ ବର୍ଷ ତଳର ଯାହା ବାଗଦାତରେ ଘଟିଥିଲା । ଏହି ଭିଡିଓକୁଚ ରାଜସ୍ଥାନୀ ମିଡିଆ ନାମକ ଏକ ସାଇଟ୍ ପୋଷ୍ଟ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/Fake-784x441-1.jpg)
/kanak/media/post_attachments/wp-content/uploads/2019/02/crpgf-300x198.jpg)
/kanak/media/post_attachments/wp-content/uploads/2019/02/pulwama-attack-fake-video1-300x225.jpg)