ରାସ୍ତାରେ ଆଉ ଗଡିବନି ପୁରୁଣା ଗାଡି । ସ୍କ୍ରାପେଜ ପଲିସି ନେଇ ବଜେଟରେ ବଡ ଘୋଷଣା । ୨୦ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି ଓ ୧୫ବର୍ଷ ପୁରୁଣା ବାଣିଜ୍ୟିକ ଗାଡି ଆଉ ରାସ୍ତାରେ ଚାଲିବନାହିଁ 

377

କନକ ବ୍ୟୁରୋ : ରାସ୍ତାରେ ଆଉ ଚାଲିପାରିବନି ପୁରୁଣା ଗାଡି । ସ୍କ୍ରାପେଜ ପଲିସି ନେଇ ବଜେଟରେ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି ଓ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ୧୫ବର୍ଷ ପୁରୁଣା ଗାଡି ଆଉ ରାସ୍ତାରେ ଚାଲି ପାରିବନାହିଁ ।  ଏହି ଗାଡି ଗୁଡିକୁ ହଟାଇବା ପାଇଁ ସରକାର ନୂଆ ସ୍କ୍ରାପେଜ ପଲିସି ଘୋଷଣା କରିଛନ୍ତି ।

ଏହି ପଲିସି ଅନୁସାରେ ପୁରୁଣା ଗାଡି ରାସ୍ତାରୁ ହଟିଯିବ । ଏହି ନିୟମ ଅନୁଯାୟୀ ୨୦ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି ଓ ୧୫ବର୍ଷ ପୁରୁଣା ବାଣିଜ୍ୟିକ ଗାଡିର ଫିଟନେଓ ଟେଷ୍ଟ କରିବାକୁ ପଡିବ । ଏହାଦ୍ୱାରା ଇନ୍ଧନ ସଂଚୟ ଓ ପରିବେଶ ପ୍ରଦୂଷଣ ମୁକ୍ତ ହେବ ।

ଦୀର୍ଘ ଦିନ ଧରି ଏହି ସ୍କ୍ରାପେଜ ପଲିସିର ଅପେକ୍ଷା ରହିଥିଲା । ୧୫ବର୍ଷ ପୁରୁଣା ଗାଡି ଗୁଡିକର ରିସେଲ ଭେଲ୍ୟୁ କମ ରହିଥିବା ବେଳେ ଏହା ପ୍ରଦୂଷଣ ବଢାଇଥାଏ । ତେଣୁ ପୁରୁଣା ଗାଡି ଗୁଡିକୁ ହଟାଇବା ପାଇଁ ଏହି ନୂଆ ନିୟମ ଆସିଛି । ନୂଆ ନିୟମ ଅନୁସାରେ ୨୦ବର୍ଷ ପୁରୁଣା ପ୍ରାୟ ୫୧ଲକ୍ଷ କାରକୁ ହଟାଇ ଦିଆଯିବ । ଏହାସହ ୨୫ରୁ ୩୦ପ୍ରତିଶତ ବାୟୁ ପ୍ରଦୂଷଣକୁ ରୋକା ଯାଇପାରିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ  ।

୨୦ବର୍ଷ ପୁରୁଣା ଗାଡି ପାଇଁ ଅଟୋମେଟେଡ ଫିଟନେସ ସେଂଟର ସ୍ଥାପନ କରାଯିବ । ଏବଂ ୨୦ବର୍ଷ ପୁରୁଣା ଗାଡିକୁ ଏଠାକୁ ନେଇଯିବାକୁ ପଡିବ । ଏହା ଦ୍ୱାରା ପ୍ରଦୂଷଣକୁ କମ କରିବା ପାଇଁ ନୂଆ ନିୟମ ଆଣିଛନ୍ତି କେନ୍ଦ୍ର ସରକାର ।