ପୁରୁଣା ଇତିହାସ ଭାଙ୍ଗିଲା ଆମେରିକା ନିର୍ବାଚନ । ଚଳିତ ବର୍ଷର ରାଷ୍ଟ୍ରପତି ନିର୍ବାଚନ ସବୁଠାରୁ ବ୍ୟୟ ବହୁଳ । ଖର୍ଚ୍ଚ ହୋଇଛି ୧ ଲକ୍ଷ ୩୬ ହଜାର କୋଟି ଟଙ୍କା

291

କନକ ବ୍ୟୁରୋ : ଆମେରିକାର ଚଳିତ ବର୍ଷର ରାଷ୍ଟ୍ରପତି ନିର୍ବାଚନ ସବୁଠାରୁ ବ୍ୟୟ ବହୁଳ ନିର୍ବାଚନ ହୋଇଛି । ଏକ ଅନୁଧ୍ୟାନକାରୀ ସଂସ୍ଥାର ଦାବି ଅନୁସାରେ ଏହି ନିର୍ବାଚନରେ ପ୍ରାୟ ୧୪ ଆରବ ଡଲାର ବା ୧ ଲକ୍ଷ ୩୬ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ସର୍ବକାଳିନ ରେକର୍ଡ ।

ଚଳିତ ବର୍ଷର ଆମେରିକା ନିର୍ବାଚନର ଖର୍ଚ୍ଚ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି । ଇତିହାସରେ ସବୁଠାରୁ ବ୍ୟୟ ବହୁଳ ନିର୍ବାଚନ ହୋଇଛି ଏହି ନିର୍ବାଚନ । ଦି ସେଂଟର ଫର ରେସପନସିଭ୍ ପଲିଟିକ୍ସ ବା ସିଆରପିର ତଥ୍ୟ ଅନୁସାରେ ଚଳିତ ବର୍ଷ ନିର୍ବାଚନରେ ପ୍ରାୟ ୧୪ ଆରବ ଡଲାର ବା ୧ ଲକ୍ଷ ୩୬ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ପୂର୍ବ ଦୁଇ ନିର୍ବାଚନର ଖର୍ଚ୍ଚ ପରିମାଣର ଦୁଇ ଗୁଣ ବୋଲି କୁହାଯାଉଛି ।

ବର୍ତମାନ ଆମେରକା ଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ପଛରେ ପକାଇ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ୍ । ତଥ୍ୟ ଅନୁସାରେ ସେ ପ୍ରାୟ ୬ ଦଶମିକ ୯ ମିଲିୟନ ଡଲାର ବା ୫୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ରପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩ ଦଶମି ୮ ବିଲିୟନ ଡଲାର ବା ୨୮ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ପ୍ରଚାର ଅଭିଯାନ ଆଗେଇବା ସହ ଦାନ ଆକାରରେ ବାଇଡେନଙ୍କୁ ଅଧିକରୁ ଅଧିକ ନିର୍ବାଚନୀ ପାଣ୍ଠି ମିଳି ଚାଲିଥିଲା । ଜୋ ବାଇଡେନ କେବଳ ଦାନ ଆକାରରେ ୧ ଲକ୍ଷ ଆରବ ଡଲାର ବା ୭ ହଜାର ୪ ଶହ ୧୨ କୋଟି ଟଙ୍କା ଫାଣ୍ଠି ସଂଗ୍ରହ କରିଛନ୍ତି । ଯେତେବେଳେ କି ଟ୍ରମ୍ପ ୫୯୬ ମିଲିୟନ ଡଲାର ବା ୪ ହଜାର ୪ ଶହ କୋଟି ଟଙ୍କା ଦାନ ଆକାରରେ ପାଇଛନ୍ତି । ସବୁଠାରୁ ବଡ କଥା ହେଉଛି ନିର୍ବାଚନ ବହୁ ସଂଖ୍ୟାରେ ମହିଳା ବାଇଡେନଙ୍କୁ ନିର୍ବାଚନ ଖର୍ଚ୍ଚ ପାଇଁ ପାଣ୍ଠି ଦାନ କରିଛନ୍ତି । ତେଣୁ ଚର୍ଚ୍ଚା ହେଉଛି କଣ ଟ୍ରମ୍ପଙ୍କୁ ହରାଇବା ପାଇଁ ବାଇଡେନଙ୍କୁ ଅଧିକ ଦାନ ମିଳୁଥିଲା କି?