ମନ୍ଦିର ହୁଣ୍ଡିରେ ପୁଳା ପୁଳା ଅଚଳ ନୋଟ ! ରାୟଗଡା ମଝିଘରିଆଣୀ ମନ୍ଦିର ହୁଣ୍ଡି ଖୋଲାଯିବା ପରେ ଚାଲିଛି ଟଙ୍କା ଗଣା

45

କନକ ବ୍ୟୁରୋ : ମନ୍ଦିର ହୁଣ୍ଡିରେ ପୁଳା ପୁଳା ଅଚଳ ନୋଟ । ରାୟଗଡା ମଝିଘରିଆଣୀ ମନ୍ଦିର ହୁଣ୍ଡି ଖୋଲାଯିବା ପରେ ଚାଲିଛି ଟଙ୍କା ଗଣା । ଡିସେମ୍ବର ୨୮ରେ ୩ ମାସ ତଳେ ମନ୍ଦିରର ହୁ୍ଣ୍ଡି ଖୋଲାଯାଇ ୫୦ ଲକ୍ଷରୁ ଅଧିକ ଟଂକା ସଂଗ୍ରହ ହୋଇଥିଲା । ସେଥି ମଧ୍ୟରେ ଲକ୍ଷାଧିକ ଟଙ୍କାର ୫୦୦ ଓ ହଜାର ଟଙ୍କିଆ ଅଚଳ ନୋଟ ରହିଥିଲା ।

ଏଥର ଟଙ୍କା ଗଣିବାରେ ରାୟଗଡା ଏସବିଆଇ ଏଡିବି ଶାଖା ସହଯୋଗ କରିଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ସିସିଟିଭି କ୍ୟାମେରା ଲଗାଇ କଡା ସୁରକ୍ଷା ମଧ୍ୟରେ ଟଙ୍କା ଗଣାଯାଉଛି । ୩ ମାସ ପରେ ହୁଣ୍ଡି ଖୋଲାଯାଇଥିବାରୁ ଲକ୍ଷାଧିକ ଟଙ୍କା ଓ ସୁନା ରୁପା ମିଳିବା ନେଇ ଅନୁମାନ କରାଯାଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-