ପେଟ ପୁରିଗଲେ କିଏ ଫୋପାଡିଦିଏ … ପେଟ ଜଳିଲେ କିଏ ଗୋଟାଇ ଖାଇଦିଏ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭୋକର ବିକଳ ଚିତ୍ର । 

406

ପେଟର ଭୋକ ମଣିଷ ଦ୍ୱାରା କ’ଣ ନ କରାଏ ! ବାଟରେ-ଘାଟରେ, ଗାଁଗହଳିରେ ବୁଢା ଲୋକଙ୍କ ଠାରୁ କେବେ ତ ଏହି ଲୋକବାଣୀଟି ଶୁଣିଥିବେ ଯେ “ପେଟ ପାଇଁ ତ ସବୁ ନାଟ” , ସମାଜର କଟୁସତ୍ୟ ହେଲେ ବି ଏହି ପେଟଚାଖଣ୍ଡକ ପାଇଁ ସବୁ ଚାଲିଛି । ଘରର ଭେଣ୍ଡିଆ ପୁଅ ପରିବାରର ପେଟ ପାଳିବା ପାଇଁ ଘରଠୁ କୋଷ କୋଷ ଦୂରରେ ରହି କାମ କରୁଛି । ଦିନରାତି ଝାଳବୁହା ପରିଶ୍ରମର ଏହି ଗୋଟିଏ ହିଁ ତ କାରଣ । କିନ୍ତୁ ଏହାକୁ ଯେ ବୁଝିଛି ସେ ସଂଘର୍ଷକୁ ପାଖରୁ ଦେଖିଛି ଆଉ ଯିଏ ଅଜଣା ସେ ସଂଘର୍ଷର “ସ” ଅର୍ଥ ମଧ୍ୟ ଜାଣିନି । ଏହି ସମାଜରେ ହିଁ ଯାହାର ପେଟ ପୁରିଗଲା ସେ ବଳକିଥିବା ଖଣ୍ଡିଏ ରୁଟିକୁ ବ୍ୟର୍ଥ ଭାବି ଫୋପାଡୁଛି ଆଉ ଭୋକରେ ଆଉଟୁପାଉଟୁ ହେଉଥିବା ଲୋକଟି ଫୋପାଡିଥିବା ରୁଟିଟିକୁ ଭଗବାନଙ୍କ ଆଶିର୍ବାଦ ଭାବି ଭକ୍ଷଣ କରୁଛି । ଏମିତି ହିଁ ଗୋଟିଏ ହୃଦୟବିଦାରକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଟ୍ୱିଟରରେ ଫେବୃୟାରୀ ୨୦ ତାରିଖରେ ସଚ୍ଚିନ କୌସିକ୍ ନାମକ ଆକାଉଣ୍ଟରୁ ସେୟାର୍ ହୋଇଥିବା ଭିଡିଓଟି କେଉଁ ସ୍ଥାନର ଜଣାପଡିନାହିଁ । ଭିଡିଓଟି କେଉଁ ରେଲୱେ ଷ୍ଟେସନର ଭଳି ଜଣାପଡୁଥିବା ବେଳେ ଜଣେ ବୃଦ୍ଧ ବ୍ୟକ୍ତି ତଳେ ପଡିଥିବା ଗୋଟିଏ ରୁଟିକୁ ଧୋଇ ଖାଉଥିବାର ଦେଖାଯାଉଛି । ନିଃଶବ୍ଦ କରୁଥିବା ଏହି ଭିଡିଓଟିକୁ ଦେଖି ଲୋକମାନେ ଖାଦ୍ୟ ଅପଚୟ ନ କରିବାକୁ ନେହୁରା ହେଉଛନ୍ତି ।