କନକ ବ୍ୟୁରୋ: ପାଦ ଥକି ଗଲାଣି । ଦେହ ଅବସ ହେଲାଣି । ଚର୍ମ ଧୁଡୁ ଧୁଡୁ ଶରୀରରେ ବାଡ଼ି ନଧରିଲେ ଚାଲି ହେଉନି । ବୃଦ୍ଧ ବ୍ୟକ୍ତଙ୍କ ଶରୀରରୁ ଶକ୍ତି ସରି ସରି ଯାଉଛି, କିନ୍ତୁ ଦଇବ ତାଙ୍କ ପାଇଁ ଯେମିତି ଜଞ୍ଜାଳ ବଢାଇ ଚାଲିଛି । ଏ ବୃଦ୍ଧ ବ୍ୟକ୍ତିଙ୍କ ବୟସ ୭୬ ପାର ହେଲାଣି । ହେଲେ ଭେଣ୍ଡିଆ ପୁଅ ରୋଗରେ ପଡି ଶଯ୍ୟାଶାୟୀ ହୋଇଯିବା ପରେ ୪ ପ୍ରାଣୀଙ୍କ ତୁଣ୍ଡରେ ଦାନା ଦେବା ପାଇଁ ଗାଁ ଗାଁ ବୁଲୁଛନ୍ତି ବାଲେଶ୍ୱର ଭୋଗରାଇ ବ୍ଲକ ରଣସିଂହପୁର ଗାଁର ଅନନ୍ତ ମଲ୍ଲିକ ।
ସମୁଦ୍ରର ମାଛ ମାରି ପରିବାର ପୋଷୁଥିଲେ ଅନନ୍ତଙ୍କ ଏକମାତ୍ର ପୁଅ ଉପହାର ମଲ୍ଲିକ । ଦେଢ ବର୍ଷ ତଳେ ମାଛ ମାରିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଶେଜରେ ପଡି ରହିଛନ୍ତି । ଆଉ ଏବେ ପୁଅର ଚିକିତ୍ସା ଦାୟିତ୍ୱ ସହ ପତ୍ନୀ, ବୋହୂ ଓ ନାବାଳକ ନାତି ପେଟକୁ ଦାନା ଗଣ୍ଡାଏ ଦେବାକୁ ଅହରହ ସଂଘର୍ଷ କରୁଛନ୍ତି ଅନନ୍ତ । କେତେବେଳେ ବାରି ବରକୋଳି ବିକି ଦିନକର ଦାନା ଯୋଗାଡ କରୁଛନ୍ତି ତ ଆଉ କେତେବେଳେ ମାଛଟିଏ ଧରି ବିକିବା ପାଇଁ ଗାଁ ଗାଁ ବୁଲୁଛନ୍ତି ।
ତେବେ ବୃଦ୍ଧ ଜଣଙ୍କ ଭୂମିହୀନ ହୋଇଥିବାରୁ ତାଙ୍କୁ ଏପର୍ଯ୍ୟନ୍ତ ଘରଟିଏ ମିଳି ପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/29-20.jpg)