୯୭ ବର୍ଷ ବୟସରେ ବି ପୂରା ଫିଟ୍ ଅଛନ୍ତି ନିରଞ୍ଜନ ମଉସା । ସବୁ କାମ ସହଜରେ କରିପାରୁଛନ୍ତି, ପ୍ରତିଦିନ ଯୋଗ କରି ନିଜକୁ ସୁସ୍ଥ ରଖିଛନ୍ତି ।

୯୭ ବର୍ଷ ବୟସରେ ବି ପୂରା ଫିଟ୍ ଅଛନ୍ତି ନିରଞ୍ଜନ ମଉସା । ସବୁ କାମ ସହଜରେ କରିପାରୁଛନ୍ତି, ପ୍ରତିଦିନ ଯୋଗ କରି ନିଜକୁ ସୁସ୍ଥ ରଖିଛନ୍ତି ।

କନକ ବ୍ୟୁରୋ : କଟକ ମଧୁସୂଦନ ଅଂଚଳର ନିରଞ୍ଜନ ପଟ୍ଟନାୟକ । ତାଙ୍କ ବୟସ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୧୯୨୫ ମସିହାରେ ଜନ୍ମ ହୋଇଥିବା ନିରଞ୍ଜନ ମଉସା ବର୍ତମାନ ୯୭ ବର୍ଷ ବୟସରେ ପାଦ ଦେଲେଣି । କିନ୍ତୁ ପରିଣତ ବୟସରେ ସେ ଆଜି ବି ଫିଟ୍ ଅଛନ୍ତି । ଯୋଗ ସାହାଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ ଓ ନିରୋଗ ରଖି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଯୋଗ ଦ୍ୱାରା ସବୁ ରୋଗକୁ ନିୟନ୍ତ୍ରଣ କରିହେବ ବୋଲି କହିଛନ୍ତି ନିରଞ୍ଜନ ମଉସା ।

ପ୍ରାୟ ୨୧ ବର୍ଷ ହେଲାଣି ପ୍ରତିଦିନ ସେ ଯୋଗ କରିଆସୁଛନ୍ତି । ଦିନକୁ ପାଖାପାଖି ୧ରୁ ୨ ଘଂଟା ସେ ଯୋଗ କରନ୍ତି । ଯୋଗର ପ୍ରାୟ ସବୁ ଆସନକୁ ଅତି ସହଜରେ କରିପାରୁଛନ୍ତି ନିରଞ୍ଜନ ମଉସା । ୧୯୪୬ ମସିହାରେ ବନବିଭାଗର ଏସିଏଫ୍ ଭାବେ କାର୍ଯ୍ୟରେ ଯୋଗ ଦେଇ ୧୯୮୩ ମସିହାରେ ଅବସର ନେଇଥିଲେ ନିରଞ୍ଜନ ମଉସା । ଅବସର ନେବାର ୩୯ ବର୍ଷ ବିତିଥିଲେ ବି ଆଜିପର୍ଯ୍ୟନ୍ତ ସେ ସୁସ୍ଥ ଓ କାର୍ଯ୍ୟକ୍ଷମ ଅଛନ୍ତି । ଏପରିକି ଘରର ଅନେକ କାମ ସେ ନିଜେ କରିବା ସହ ବଜାରକୁ ଯାଇ ଜିନିଷ ପତ୍ର ବି କିଣନ୍ତି । ଖାଲି ନିଜେ ନୁହେଁ ପରିବାର ଲୋକଙ୍କୁ ମଧ୍ୟ ଯୋଗ କରିବାକୁ ଉତ୍ସାହିତ କରନ୍ତି ନିରଞ୍ଜନ ମଉସା ।

ଆଜିକାଲି ସମୟରେ ୭୦, ୮୦ ବର୍ଷ ବୟସରେ ଚଲାବୁଲା କରିବାକୁ ଲୋକେ ଅସକ୍ଷମ ହୋଇଯାଉଥିବା ବେଳେ, ପ୍ରତିଦିନ ଯୋଗାଭ୍ୟାସ ଓ ଦୃଢ ମନୋବଳ ଯୋଗୁଁ ୯୭ ବର୍ଷ ବୟସରେ ନିଜକୁ ଫିଟ୍ ରଖିପାରିଛନ୍ତି ନିରଞ୍ଜନ ମଉସା । ଆଜିର ଯୁବପୀଢିଙ୍କୁ ତାଙ୍କ ଠାରୁ ଅନେକ କିଛି ଶିଖିବାର ଆବଶ୍ୟକତା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe