ନଦୀରେ ନିଖୋଜ ବୃଦ୍ଧ, ଏଯାଏଁ ମିଳୁନି ପତ୍ତା: ଅଗ୍ନିଶମ ବାହିନୀ ଏଯାଏଁ ଆସିନଥିବା ଅଭିଯୋଗ

89

କନକ ବ୍ୟୁରୋ: ୨୪ ଘଣ୍ଟା ପରେ ବି ଏଯାଏଁ ମିଳୁନି ଶାଳିଆ ନଦୀରେ ଭାସିଯାଇଥିବା ବୃଦ୍ଧଙ୍କ ପତ୍ତା । ଗତକାଲି ଶୌଚ ହେବାକୁ ଯାଇ ଭାସିଯାଇଥିଲେ ବାଣପୁରର ଚରଣ ବେହେରା । ତେବେ କାଲି ଠାରୁ ଆଜି ଯାଏଁ ପ୍ରାୟ ୨୪ ଘଣ୍ଟା ବିତି ଯାଇଥିଲେ ବି ଏଯାଏଁ ତାଙ୍କର କୌଣସି ଖୋଜ ଖବର ମିଳୁନି । ଗତକାଲି ଖବର ପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ବି ଆଜି ଦିନ ୯ଟା ବାଜି ଯାଇଥିଲେ ବି ଅଗ୍ନିଶମ ବାହିନୀର ଦେଖାଦର୍ଶନ ନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଦମକଳ ବାହିନୀ ଆସିନଥିବାରୁ ନଦୀରେ ନିଜ ଆଡୁ ଖୋଜାଖୋଜି ଆରମ୍ଭ କରିଛନ୍ତି ଗାଁ ଲୋକେ । ନଦୀର ପ୍ରଖର ସୁଅ ଏବି ଗଭୀରତା ଦୃଷ୍ଟିରୁ ଅଧିକ ଭିତରକୁ ଯାଇ ଖୋଜିବା ସମ୍ଭବ ହେଉନି । ସମୟ ଗଡଗଡି ଯାଉଥିବାରୁ ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।

ସେପଟେ ବୃଦ୍ଧଙ୍କ ନିଖୋଜ ପରେ କାନ୍ଦ ବୋବାଳିରେ ଫାଟି ପଡିଛି ନଦୀ ପଠା । ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପୁଅଝିଅ । ୫ ଝିଅ, ପୁଅ ସମେତ ଚରଣଙ୍କ ସ୍ତ୍ରୀ କାନ୍ଦି କାନ୍ଦି ନୟାନ୍ତ ହେଲେଣି । ତେବେ ଗତକାଲି ନଦୀରେ ଭାସିଯାଇଥିଲେ ୬୦ ବର୍ଷୀୟ ବୃଦ୍ଧ ।