କନକ ବ୍ୟୁରୋ : ବୟସକୁ କେବେ ରୋକିହୁଏନି। ଏହା ବଢ଼ିଚାଲେ। ତେବେ ବୟସ ବଢ଼ିବା ସହ ଶରୀରରେ ମଧ୍ୟ ସେହି ଅନୁସାରେ ପରିବର୍ତ୍ତନ ଘଟେ। ଚର୍ମ କୁଂଚିତ ହେବାଠାରୁ ଆରମ୍ଭ କରି ନାନାଦି ବାର୍ଦ୍ଧକ୍ୟ ଜନିତ ସମସ୍ୟା ଦେଖାଦିଏ। କିନ୍ତୁ ଏବେ ଏକ ନୂଆ ବାର୍ଦ୍ଧକ୍ୟ ନିରୋଧ କୌଶଳ ଦ୍ୱାରା ଏଭଳି ସମସ୍ୟାକୁ କିଛିଟା ଏଡ଼ାଇ ଦେଇହେବ। ଏଥିରେ ବୟସକୁ ଅଟକାଇ ନରଖିହେଲେ ବି ବୟସ ବଢ଼ିବା ସହ ଶରୀର ଉପରେ କୌଣସି ପ୍ରଭାବ ପଡ଼ିବାକୁ ଦେବନି। ଦୀର୍ଘ ବର୍ଷ ପର୍ଯ୍ୟନ୍ତ ମଣିଷ ବଞ୍ଚିପାରିବ। ପାଖାପାଖି ୧୫୦ ବର୍ଷ ବୟସ ପର୍ଯ୍ୟନ୍ତ ମଣିଷ ବଞ୍ଚିପାରିବ ବୋଲି ଜଣାପଡ଼ିଛି। ଏହି କୌଶଳ ବଳରେ ୨୦୨୦ ସୁଦ୍ଧା ବ୍ୟକ୍ତି ଚାହିଲେ ନିଜ ଅଙ୍ଗଗୁଡ଼ିକର ଜୀବନକାଳ ବୃଦ୍ଧି କରିପାରିବ।
ହାର୍ଭାର୍ଡ ପ୍ରଫେସର ଡେଭିଡ୍ ସିନକ୍ଲେୟାର ଏବଂ ନ୍ୟୁ ସାଉଥ୍ ୱେଲ୍ସ ୟୁନିଭର୍ସିଟିର ଜଣେ ବିଶେଷଜ୍ଞ ବୟସକୁ କମ୍ କରିବା ପାଇଁ ଏହି ନୂଆ ପଦ୍ଧତି ଆରମ୍ଭ କରିଛନ୍ତି। ଏହି କୌଶଳରେ ଶରୀରର କୋଷଗୁଡ଼ିକୁ ପୁନଃ ପରିଚାଳନା କରିହେବ ଏବଂ ପକ୍ଷାଘାତ ରୋଗର ଶିକାର ହୋଇଥିବା ଲୋକମାନେ ମଧ୍ୟ ଏହାଦ୍ୱାରା ଚଲାବୁଲା କରିପାରିବେ। ତେବେ ଏହି ନୂଆ କୌଶଳଟି ହେଉଛି ମୋଲିକ୍ୟୁଲ୍ ନିକୋଟିନାମାଇଡ୍ ଆଡେନିନ୍ ଡିନ୍ୟୁକ୍ଲିଓଟାଇଡ୍ (ନାଡ୍)। ଏହା ମନୁଷ୍ୟ ଶରୀରରେ ଶକ୍ତି ସଞ୍ଚାର କରିବାରେ ସକ୍ଷମ ହେଉଛି। ପ୍ରଫେସର ସିନକ୍ଲେୟାର ମଧ୍ୟ ତାଙ୍କ ନିଜସ୍ୱ ମୋଲିକ୍ୟୁଲ୍ ବ୍ୟବହାର କରି ନିଜ ବୟସ ପ୍ରକ୍ରିୟାକୁ କମାଇ ଦେଇଛନ୍ତି। ଔଷଧଟି ବଜାରରେ ଆସନ୍ତା ୫ ବର୍ଷ ମଧ୍ୟରେ ଏହା ଉପଲବ୍ଧ ହେବ ଏବଂ ଗୋଟିଏ କପ୍ କଫି ପିଇବା ପାଇଁ ଯେତିକି ଟଙ୍କା ଦେବାକୁ ପଡ଼ୁଛି ଏହି ଔଷଧର ମୂଲ୍ୟ ମଧ୍ୟ ଠିକ୍ ସେତିକି ରହିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/271027155789_8416994524291.jpg)