କନକ ବ୍ୟୁରୋ: ଭ୍ୟାକସିନ ହେଜିଟେନ୍ସି ଅର୍ଥାତ ଟିକା ନେବା ପାଇଁ ଅନାଗ୍ରହ । ଦେଶରେ କରୋନା ଟିକାକରଣ ଆରମ୍ଭ ହେବା ଦିନରୁ ଏହି ପ୍ରସଙ୍ଗଟି ବେଶ ଚର୍ଚ୍ଚାର ବିଷୟ ହୋଇ ରହିଛି । ଲୋକଙ୍କ ଭିତରେ ଟିକା ନେବାକୁ ଅନାଗ୍ରହ କାରଣରୁ ଦେଶରେ ୬ପ୍ରତିଶତରୁ ଅଧିକ ଟିକା ନଷ୍ଟ ହେଉଥିବା କଥା କହିଥିଲେ ପ୍ରଧାନମନ୍ତ୍ରୀ । ଯଦିଓ ବର୍ତମାନ ସୁଦ୍ଧା ଦେଶରେ ୬କୋଟିରୁ ଅଧିକ ଲୋକ ଟିକା ନେଇସାରିଲେଣି ତଥାପି ଲୋକଙ୍କୁ ଅଧିକରୁ ଅଧିକ ଟିକା ନେବା ପାଇଁ ସରକାର କହୁଛନ୍ତି ।
ଏହାରି ଭିତରେ ଉତ୍ତରାଖଣ୍ଡର ଉତ୍ତରକାଶୀରୁ ଆସିଛି ଏକ ପ୍ରେରଣାଦାୟୀ ଚିତ୍ର । ଯେଉଁଥିରେ ଜଣେ ବୟସ୍କ ଲୋକଙ୍କୁ ପାହାଡ ନଦୀ ଭଳି କଷ୍ଟଦାୟକ ରାସ୍ତାରେ ପାର୍ କରଉଛନ୍ତି । ଏମାନଙ୍କ ବୟସ ୮୦ବର୍ଷରୁ ଅଧିକ ହେବ । ଜାଣିଲେ ଆଶ୍ଚର୍ଯ୍ୟ ହେବେ କରୋନା ଟିକା ନେବା ପାଇଁ ଏମାନଙ୍କ ଭିତରେ ଆଗ୍ରହ ଏତେ ଯେ ପାହାଡ ଜଙ୍ଗଲ ଘେରା ଏହି କଷ୍ଟଦାୟକ ରାସ୍ତାରେ ଯାଇ ସେମାନେ ହସ୍ପିଟାଲରେ ପହଂଚିଛନ୍ତି । ଦୀର୍ଘ ୮କିଲୋମିଟର ଏଭଳି ରାସ୍ତାରେ ଚାଲି ଚାଲି ହସ୍ପିଟାଲରେ ପହଂଚିଥିଲେ ଓ ଟିକା ନେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/32-2.jpg)