କନକ ବ୍ୟୁରୋ: ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର। ରାତିରେ ବିଲକୁ ଚାଷ କାମ ଦେଖିବାକୁ ଯାଇଥିଲେ। ଫେରିବାବେଳେ ମାଡିବସିଲା ଭାଲୁ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଶରୀପୁର ପଂଚାୟତ ଜାମପଦା ଗ୍ରାମର ସମା ସିଂ ଗୁରୁତର ହୋଇ ପଡିଛନ୍ତି । ଗତକାଲି ରାତିରେ ବିଲର ଚାଷ ଜଗିବାକୁ ଯାଇ ଘରକୁ ଫେରିବା ସମୟରେ ଭାଲୁଟି ଆକ୍ରମଣ କରିଥିଲା। ଫଳରେ ସମା ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡିରହିଥିଲେ। ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ରାତିରେ ବିଲକୁ ଚାଷ ଜଗିବାକୁ ଯାଇଥିଲେ ... ଫେରିଲାବେଳେ ମାଡ଼ି ବସିଲା ଭାଲୁ, ବୃଦ୍ଧ ଗୁରୁତର
/kanak/media/post_attachments/wp-content/uploads/2024/07/10-10.jpg)