ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଲା ବୟସ। ହିରୋଙ୍କ ପାଇଁ  ବୃଦ୍ଧଙ୍କ ରେକର୍ଡ । ସୋନୁଙ୍କୁ ଦେଖିବାକୁ ସ୍କୁଟରରେ ପାରିକଲେ ୧୪୬୫ କିମି ରାସ୍ତା

109

କନକ ବ୍ୟୁରୋ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଉପକାରୀ ଗୁଣ ପାଇଁ ଆଜି ତାଙ୍କ ପ୍ରଶଂସାରେ ଶତମୁଖ ଦେଶବାସୀ । କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରି ପାଲଟିଛନ୍ତି ରିଅଲ ହିରୋ । ଫଳରେ ଦିନକୁ ଦିନ ବଢିଚାଲିଛି ତାଙ୍କ ଫ୍ୟାନ୍ ଲିଷ୍ଟ । ଏହି ତାଲିକାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ବିଷୟରେ ଜାଣି ଆପଣ ଖୁସି ତ ହେବେ , ତା ସହ ସୋନୁଙ୍କ ପ୍ରତି ତାଙ୍କ ଭଲପାଇବା ଜାଣି ଆପଣ ଚକିତ ମଧ୍ୟ ହେବେ । 

କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର ମାନେ । ବୟସ ବା କ’ଣ । ଏମିତି ଜଣେ ଦୃଢ ପ୍ରତିଜ୍ଞ ବୟସ୍କ ଯାହା ଇଚ୍ଛା ଆଗରେ ହାର ମାନିଛି ବୟସ ସୀମା । ଅକାଳରେ ଦେବଦୂତ ସାଜିଥିବା ସୋନୁଙ୍କୁ ଦେଖିବାକୁ ସ୍କୁଟରରେ ଅତିକ୍ରମ କରିଗଲେ ୧୪୬୫ କିଲୋମିଟର ।  େ ସ ହେଉଛନ୍ତି  ଆନ୍ଧ୍ରପ୍ରଦେଶର ୬୯ ବର୍ଷିୟ ବ୍ୟକ୍ତି ଜାଗମ୍ ରାଜୁ । ସୋନୁଙ୍କ ସମାଜସେବା କାର୍ଯ୍ୟରେ ସେ ଏତେ ଅନୁପ୍ରାଣିତ ହୋଇଥିଲେ ଯେ ତାଙ୍କୁ ଦେଖିବାର ଇଚ୍ଛାକୁ ରୋକି ପାରିନଥିଲେ । ଶେଷରେ ଆନ୍ଧ୍ରପ୍ରଦେଶରୁ ମୁମ୍ବାଇ ୧୪୫୦ କିଲୋମିଟର ସ୍କୁଟରରେ ଅତିକ୍ରମ କରି ଆସି ସୋନୁଙ୍କୁ ଭେଟିଥିଲେ ।  ସେଠାରେ ପହଂଚି ସୋନୁଙ୍କୁ ଭୁରିଭୁରି ପ୍ରଶଂସା କରିବା ସହ ତାଙ୍କ ସହ ଫଟୋ ଉଠାଇଥିଲେ । ସୋନୁ ମଧ୍ୟ ନିଜ ଦାୟିତ୍ୱ ଭୁଲିନଥିଲେ । ବୟସ୍କଙ୍କ ଡାକ୍ତରୀ ପରୀକ୍ଷା କରାଇବା ସହ ତାଙ୍କୁ ଖୁଆଇବା ପରେ ଟ୍ରେନରେ ଘରକୁ ପଠାଇବା ବ୍ୟବସ୍ଥା କରିଥିଲେ ।

ଆପଣ ଜାଣିଥିବେ କରୋନା ସମୟରେ ସୋନୁଙ୍କ ସମାଜସେବା ପାଇଁ ଲୋକେ ତାଙ୍କୁ ଦେବଦୂତ ଆଖ୍ୟା ଦେଇଥିଲେ । ଲୋକଙ୍କୁ ନିଜ ନିଜ ଘରକୁ ଫେରିବା ପାଇଁ ବ୍ୟବସ୍ଥା କରିବା ସହ କରୋନା ଆକ୍ରାନ୍ତଙ୍କ ପାଇଁ  ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦେଇଥିଲେ । ଏଥିପାଇଁ ସେ ବ୍ୟକ୍ତିଗତ ସ୍ତରରେ ବ୍ୟାଙ୍କ ଋଣ କରିଥିବା କହିଥିଲେ । ଏଥିପାଇଁ ୟୁନାଇଟେଡ୍ ନେସନ୍ସ ଡେଭଲପମେଂଟ  ପ୍ରୋଗ୍ରାମ ତରଫରୁ ତାଙ୍କୁ ‘ହ୍ୟମୁାନିଟାରିଆନ୍ ଆକ୍ସନ୍ ଆୱାର୍ଡ’ ଦିଆଯାଇଥିଲା । ସୋନୁଙ୍କ ଲୋକ ପ୍ରିୟତା ଏତେ ବଢିଚାଲିିଛି ଲୋକେ ତାଙ୍କ ଦୋକାନ କିମ୍ବା ଅନୁଷ୍ଠାନର ନାମ ସୋନଙ୍କ ନାଁରେ ରଖିବାକୁ ଲାଗିଲେଣି ।