ବୃଦ୍ଧଙ୍କୁ ପିଟିପିଟି ବିଭତ୍ସ ହତ୍ୟା । ଖୋର୍ଦ୍ଧାର ବଡ଼ନୂଆଁପଲ୍ଲୀ ନୂଆସାହିରେ ଅଘଟଣ ।

366

କନକ ବ୍ୟୁରୋ: ଗାଁ ମଝିରେ ମୃତଦେହ । ଏହି ଦୃଶ୍ୟକୁ ଦେଖନ୍ତୁ । ଗାଁ ମଝିରେ ପଡ଼ିରହିଛି ମୃତଦେହ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତର ବଡ଼ନୂଆଁପଲ୍ଲୀ ନୂଆସାହିରୁ ଏପରି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି ।

ଜଣେ ବୃଦ୍ଧଙ୍କୁ ପିଟି ପିଟି ବୀଭତ୍ସ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ବଡ଼ନୂଆଁପଲ୍ଲୀ ଆଦିବାସୀ ସାହିର ଶିବ ନାଏକ । ସେ ବେପାର ସାରି ଫେରୁଥିବା ବେଳେ ତାଙ୍କୁ କିଛି ଲୋକ ଅଟକ ରଖି ପ୍ରଥମେ କାଠ ଫାଳିଆ ଓ କଟୁରୀରେ ଆକ୍ରମଣ କରିଥିଲେ । ଏଥିରେ ଶିବଙ୍କର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି । ତେବେ କେଉଁ କାରଣରୁ ପୂର୍ବ ଶତ୍ରୁତା ହୋଇଥିଲା, ତାହା ଜଣାପଡ଼ି ନାହିଁ । ହତ୍ୟାକାଣ୍ଡ ପରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚିି ତଦନ୍ତ ଆରମ୍ଭ କରିଛି ।