ଭୁବନେଶ୍ୱର ପଳାଶୁଣି ଅଞ୍ଚଳରୁ ବନ୍ଦୀ ଅବସ୍ଥାରେ ଉଦ୍ଧାର ପରେ ବୃଦ୍ଧାଶ୍ରମ ଗଲେ ବୃଦ୍ଧ । କହିଲେ, ସମ୍ପତି ଲାଗି ମଝିଆ ପୁଅ ବୋହୂ ଦେଉଥିଲେ ନିର୍ଯାତନା

308

କନକ ବ୍ୟୁରୋ : ଜନ୍ମକଲା ପୁଅ ଯେବେ ଯାତନା ଦେଲା । ଖାଇବା-ପିଇବାରେ କଟକଣା ଲଗାଇ, ପାଇଖାନା ଭିତରେ ଅପରାଧୀ ଭଳି ବନ୍ଦୀ କରି ରଖିଲା । ସେହି ବାପା ମୁକ୍ତି ପାଇଲା ପରେ ଆଉ କେଉଁ ମୁହଁରେ ବା କେଉଁ ସାହାସରେ ଆଉ ପୁଅ ପାଖରେ ଆଶ୍ରା ନେଇଥାନ୍ତା । ପରିଣତ ବୟସରେ ବୃଦ୍ଧାଶ୍ରମକୁ ନିଜର ଠିକଣା ଭାବେ ବାଛିନେଇଛନ୍ତି ଭୁବନେଶ୍ୱର ପଳାଶୁଣିର ୭୫ ବର୍ଷିୟ ନବଘନ ସେଠୀ ।

ତିନି-ତିନିଟା ପୁଅ, ଗୋଟିଏ ଝିଅ । ହେଲେ ବୃଦ୍ଧକାଳରେ ବାପାଙ୍କୁ ସହିବାକୁ ପଡ଼ିଛି, ଅକଥନୀୟ ଯାତନା । ବର୍ତମାନ ଏହି ଘଟଣା ପୁଅ ଓ ବୋହୁ ମାନଙ୍କୁ ଥାନାରେ ଅଟକ୍ ରଖି ପଚରା ଉଚୁରା କରୁଛି ମଂଚେଶ୍ୱର ଥାନା ପୁଲିସ୍ ।

ପୁରା ଘଟଣାରେ ବାପା ନିର୍ଯାତନାର ଶିକାର ହୋଇଛନ୍ତି । ଆଉ ଏହା ପଛରେ ରହିଛି ଘରବାଡ଼ି ବିବାଦ । ତିନି ପୁଅ ବାପାଙ୍କ ସମ୍ପତିରେ ଏକ୍ଚାଟିଆ ଅଧିକାର ଦାବିକୁ ନେଇ ଏହି ବିବାଦ ଉପୁଜିଥିବା ସ୍ପଷ୍ଟ ଜଣାପଡ଼ିଛି । ପୁଅମାନେ କହୁଛନ୍ତି- ଭଉଣୀ କାହିଁକି ଭାଗ ନେବ । ଆଉ କାଳେ ଭଉଣୀ-ଭିଣେଇ ଭାଗ ନେଇଯିବେ ସେହି ଆଶଙ୍କାରେ ଆରମ୍ଭ କରିଦେଇଥିଲେ ନିର୍ଯାତନା ।

Comments are closed.