କନକ ବ୍ୟୁରୋ : ଜନ୍ମକଲା ପୁଅ ଯେବେ ଯାତନା ଦେଲା । ଖାଇବା-ପିଇବାରେ କଟକଣା ଲଗାଇ, ପାଇଖାନା ଭିତରେ ଅପରାଧୀ ଭଳି ବନ୍ଦୀ କରି ରଖିଲା । ସେହି ବାପା ମୁକ୍ତି ପାଇଲା ପରେ ଆଉ କେଉଁ ମୁହଁରେ ବା କେଉଁ ସାହାସରେ ଆଉ ପୁଅ ପାଖରେ ଆଶ୍ରା ନେଇଥାନ୍ତା । ପରିଣତ ବୟସରେ ବୃଦ୍ଧାଶ୍ରମକୁ ନିଜର ଠିକଣା ଭାବେ ବାଛିନେଇଛନ୍ତି ଭୁବନେଶ୍ୱର ପଳାଶୁଣିର ୭୫ ବର୍ଷିୟ ନବଘନ ସେଠୀ ।
ତିନି-ତିନିଟା ପୁଅ, ଗୋଟିଏ ଝିଅ । ହେଲେ ବୃଦ୍ଧକାଳରେ ବାପାଙ୍କୁ ସହିବାକୁ ପଡ଼ିଛି, ଅକଥନୀୟ ଯାତନା । ବର୍ତମାନ ଏହି ଘଟଣା ପୁଅ ଓ ବୋହୁ ମାନଙ୍କୁ ଥାନାରେ ଅଟକ୍ ରଖି ପଚରା ଉଚୁରା କରୁଛି ମଂଚେଶ୍ୱର ଥାନା ପୁଲିସ୍ ।
ପୁରା ଘଟଣାରେ ବାପା ନିର୍ଯାତନାର ଶିକାର ହୋଇଛନ୍ତି । ଆଉ ଏହା ପଛରେ ରହିଛି ଘରବାଡ଼ି ବିବାଦ । ତିନି ପୁଅ ବାପାଙ୍କ ସମ୍ପତିରେ ଏକ୍ଚାଟିଆ ଅଧିକାର ଦାବିକୁ ନେଇ ଏହି ବିବାଦ ଉପୁଜିଥିବା ସ୍ପଷ୍ଟ ଜଣାପଡ଼ିଛି । ପୁଅମାନେ କହୁଛନ୍ତି- ଭଉଣୀ କାହିଁକି ଭାଗ ନେବ । ଆଉ କାଳେ ଭଉଣୀ-ଭିଣେଇ ଭାଗ ନେଇଯିବେ ସେହି ଆଶଙ୍କାରେ ଆରମ୍ଭ କରିଦେଇଥିଲେ ନିର୍ଯାତନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/vlcsnap-2020-11-06-21h32m19s875.png)