ଏହି ଦେଶଭକ୍ତି କ୍ୟାମେରା ପାଇଁ ନୁହଁ , ତ୍ରିରଙ୍ଗାର ସମ୍ମାନ ପାଇଁ …  ଅସଲ ଦେଶଭକ୍ତିର ପ୍ରମାଣ ଦେଲେ ବୃଦ୍ଧା ମହିଳା : ରାସ୍ତା ମଝିରେ ପାଦରୁ କାଢିଲେ ଚପଲ , ତ୍ରିରଙ୍ଗାକୁ କଲେ ପ୍ରଣାମ । ଦେଖନ୍ତୁ ଭିଡ଼ିଓ   

139

ଆଜିର ଡ଼ିଜିଟାଲ୍ ଯୁଗରେ ସମସ୍ତେ ସୋସିଆଲ୍ ମିଡ଼ିଆର ମାୟାଜାଲରେ ଫସି ରହୁଛନ୍ତି । ସମାଜର ବୁଦ୍ଧିଜୀବୀଙ୍କ କହିବାମୁତାବକ , ଆଜିକାଲିର ଦେଶଭକ୍ତି ଦେଖାଣିଆ ହୋଇଗଲାଣି । ପ୍ରତିବର୍ଷ ଭଳି ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ଆସୁଛି-ଯାଉଛି , ଯୁବପିଢୀ ସୋସିଆଲ୍ ମିଡ଼ିଆରେ ପୋଷ୍ଟ୍ ପକାଇ ନିଜକୁ ଦେଶଭକ୍ତର ପରିଚୟ ଦେଉଛନ୍ତି , ଗାଡ଼ି ଆଗରେ ତ୍ରିରଙ୍ଗା ଉଡ଼ାଉଛନ୍ତି ହେଲେ ତା’ପରଦିନ ଅଳିଆଗଦାରେ ତ୍ରିରଙ୍ଗା ପରିତ୍ୟକ୍ତ ଅବସ୍ଥାରେ ଦେଖିବାକୁ ମିଳୁଛି । ଏହା କ’ଣ ଦେଶଭକ୍ତିର ପରିଚୟ? ଖାଲି କ’ଣ ଗୋଟିଏ ଦିନ ପାଇଁ ଉଜ୍ଜିବିତ ହୁଏ ଆମ ଦେଶଭକ୍ତି? ଏଭଳି ଅନେକ ପ୍ରଶ୍ନ ସମାଜ ପଚାରୁଥିବା ବେଳେ ଏବେ ଏକ ଭିଡ଼ିଓ ଭାଇରାଲ୍ ହେଉଛି । ଯେଉଁଥିରେ ଜଣେ ବୃଦ୍ଧା ତ୍ରିରଙ୍ଗାର ମର୍ଯ୍ୟାଦାକୁ ସମ୍ମାନ ଜଣାଇଛନ୍ତି । ସେ କ୍ୟାମେରା ପାଇଁ ଦେଶଭକ୍ତି ଦେଖାଇନାହାନ୍ତି ବରଂ ସିସିଟିଭି କ୍ୟାମେରା ତା’ ସିଷ୍ଟମରେ ଏହି ଅପୂର୍ବ ଦୃଶ୍ୟକୁ କଏଦ୍ କରିଦେଇଛି ।

 ଟ୍ୱିଟରରେ ଆଇଏଫଏସ୍ ଅଫିସର ସୁଶାନ୍ତ ନନ୍ଦା ଏହି ଭିଡ଼ିଓ ସେୟାର୍ କରିଛନ୍ତି । ଭିଡ଼ିଓରେ ଜଣେ ବୃଦ୍ଧା ମହିଳା ରାସ୍ତାରେ ଅଚାନକ ଅଟକି ଯାଉଥିବା ନଜର ଆସିଛନ୍ତି । ସେ ହାତରେ ଧରିଥିବା ବ୍ୟାଗଟିକୁ ଗଳିର ରାସ୍ତାମଝିରେ ରଖି ସେଠାରେ ପାଦରୁ ଚପଲ ବାହାର କରୁଛନ୍ତି ଏବଂ ସାମ୍ନାରେ ଥିବା ତ୍ରିରଙ୍ଗା ପତାକାକୁ ପ୍ରଣାମ କରି ସଲାମ୍ କରୁଛନ୍ତି । ତ୍ରିରଙ୍ଗାକୁ ସମ୍ମାନ ଜଣାଇ ସେ ନିଜ ଗନ୍ତବ୍ୟସ୍ଥଳକୁ ବାହାରି ଯାଉଛନ୍ତି । କିଛି ସେକେଣ୍ଡର ଏହି ଭିଡ଼ିଓଟି ଅନେକ ଲୋକଙ୍କୁ ତ୍ରିରଙ୍ଗାର ମହତ୍ତ୍ୱ  ଏବଂ ଗରିମାର ପରିଚୟକୁ ଉଜ୍ଜିବିତ କରିବା ସହ ଏହି ମା’ ଙ୍କ ଦେଶଭକ୍ତିକୁ ସଲାମ୍ କରିବା ପାଇଁ ବାଧ୍ୟ କରିଛି ।