ରାଜ୍ୟରେ ସରିଲା ପୁରୁଣା କୋଭିଡ୍ ମୃତ୍ୟୁର ହିସାବ : ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା

141

କନକ ବ୍ୟୁରୋ : ରାଜ୍ୟରେ ସରିଲା ପୁରୁଣା କୋଭିଡ୍ ମୃତ୍ୟୁର ହିସାବ । ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି, ପୁରୁଣା ମୃତ୍ୟୁର ହିସାବ ଶେଷ ହୋଇଛି । ଏବେ ଯେଉଁ ମୃତ୍ୟୁ ସଂଖ୍ୟା ଆସିବ ତାହା ପ୍ରକାଶ କରାଯିବ । ଗତ ୨୪ ଘଂଟାରେ ୬ ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ୪, ଯାଜପୁର ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଜୁଲାଇ ମାସର ପ୍ରଥମ ସପ୍ତାହରେ ରାଜ୍ୟ ସରକାର ବଳକା କୋଭିଡ ମୃତ୍ୟୁର ଘୋଷଣା ଆରମ୍ଭ ହୋଇଥିଲା ।

ଦୈନିକ ୩୦ରୁ ୪୦ ଭିତରେ ସୀମିତ ରହୁଥିବା କୋଭିଡ୍ ମୃତ୍ୟୁ ସଂଖ୍ୟା ହଠାତ୍ ୬୦ ପାର କରିଥିଲା । ଜୁଲାଇ ମାସରେ ୬୬ ହଜାର ୯୬୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୬୪ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଅଗଷ୍ଟ ମାସରେ ୨୮ ହଜାର ୭୩୨ ଆକ୍ରାନ୍ତ ହୋଇଥିଲେ । ୨ ହଜାର ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ରାଜ୍ୟରେ ଏବେ କୋଭିଡ୍ ୮ ହଜାର ୨୮କୁ ବୃଦ୍ଧି ପାଇଛି  । ସେପଟେ ରାଜ୍ୟରେ ପୁଣି ୧୦୮ ପିଲାଙ୍କୁ କରୋନା । ଗତ ୨୪ ଘଂଟା ଭିତରେ ୭୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୩୮ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୩୧୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୨୬୧, କଟକରୁ ୧୧୦, ବାଲେଶ୍ୱରରୁ ୪୩, ମୟୂରଭଂଜରୁ ୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ଘଂଟା ଭିତରେ ୬୬ହଜାର ୬୮୮ ନମୂନା ପରୀକ୍ଷା ହୋଇଛି । ପଜିଟିଭ ହାର ରହିଛି ୧ ଦଶମିକ ୧୩ ପ୍ରତିଶତ । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯ ହଜାର ୨୨୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୯୩ ହଜାର ୯୦୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର ୨୪୧ ରହିଛି ।

ଜାଣନ୍ତୁ କେଉଁଠି କେତେ ରହିଛି କୋଭିଡ୍ ମୃତ୍ୟୁ ଓ କେତେ ସ୍ଥାନରେ ରହିଛି ଓଡିଶା ? 
ମହାରାଷ୍ଟ୍ର- ୧, ୩୭, ୪୯୬
କର୍ଣ୍ଣାଟକ- ୩୭, ୩୩୯
ତାମିଲନାଡୁ- ୩୪, ୯୪୧
ଦିଲ୍ଲୀ- ୨୫, ୦୮୨
କେରଳ- ୨୦, ୯୬୧
ପଶ୍ଚିମବଙ୍ଗ- ୧୮, ୪୫୯
ଆନ୍ଧ୍ରପ୍ରଦେଶ- ୧୩, ୮୬୭
ଛତିଶଗଡ଼- ୧୩, ୫୫୫
ମଧ୍ୟପ୍ରଦେଶ- ୧୦. ୫୧୬
ଗୁଜରାଟ- ୧୦, ୦୮୧
ଓଡ଼ିଶା- ୮, ୦୨୮
ବିହାର- ୯, ୬୫୩
ଝାଡଖଣ୍ଡ- ୫, ୧୩୨
ତେଲେଙ୍ଗାନା- ୩, ୮୭୬