କନକ ବ୍ୟୁରୋ : ବୃଦ୍ଧ ବାପା ମାଆଙ୍କୁ ଘରି ତଡି ଦେଇଛନ୍ତି ପୁଅ ବୋହୁ । ଫଳରେ ମଶାଣୀ ପାଲଟିଛି ଆଶ୍ରୟସ୍ଥଳୀ । ଜଗତସିଂହପୁର ତିର୍ତୋଲ ବ୍ଲକ ବିଲଅରିଲୋ ଗାଁରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଗାଁର ବାବାଜୀ ସେଠୀ, ନିଜ ଝିଅ ୩ ନାତି ନାତୁଣୀ ଓ ସ୍ତ୍ରୀଙ୍କୁ ନେଇ ଗାଁ ମଶାଣୀରେ ଆଶ୍ରୟ ନେଇଛନ୍ତି ।

Advertisment

ପୂର୍ବରୁ ମଧ୍ୟ ଏପରି ଘଟିଥିବା ବେଳେ ଘଟଣାକୁ ନେଇ ନାଏବ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତିରେ ବୈଠକ ବସିଥିଲା । କିନ୍ତୁ ନାଏବ ସରପଞ୍ଚଙ୍କ ସମେତ ଗାଁଲୋକଙ୍କୁ ବୋହୁ ଗାଳିଗୁଳଜ କରିବା ଯୋଗୁଁ ବୈଠକରୁ ଉଠି ସମସ୍ତେ ଚାଲି ଯାଇଥିବା ଅଭିଯୋଗ ହୋଇଛି । ଏହାର ପରଦିନ ପୁଅ ବୋହୁ, ବାପା ମାଆ ସମେତ ଜିଅ ଓ ନାତି ନାତୁଣି ତିର୍ତୋଲ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଥାନାରେ ପୋଲିସ ଉପସ୍ଥିତିରେ ସମସ୍ୟାର ସମାଧାନ କରାଯାଇ ବିବାଦ ନକରିବାକୁ ଲିଖିତ ଆକାରରେ ଦେଇଥିଲେ । କିନ୍ତୁ ଦୁଇ ଦିନ ପରେ ପୁଣି ଶାଶୁ, ଶ୍ୱଶୁରଙ୍କୁ ବୋହୁ ଘରୁ ତଡିଦେଇଥିବା ଅଭିଯୋଗ ହୋଇଛି । ଫଳରେ ମଶାଣୀର ଶବଦାହ ଘରେ ଆଶ୍ରୟ ନେଇଛନ୍ତି । ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ଏନେଇ ଖବର ପାଇବା ପରେ ବାବାଜୀ ସେଠୀଙ୍କ ପରିବାରକୁ ଆଣି ଅଙ୍ଗନବାଡି କେନ୍ଦ୍ରରେ ଥଇଥାନ କରିବା ସହ ପ୍ରଶାସନକୁ ଅବଗତ କରାଇଛନ୍ତି ।