ଫାଇଜର ନେଇଥିବା ବୟସ୍କଙ୍କୁ ନେବାକୁ ପଡିପାରେ ତୃତୀୟ ଡୋଜ୍ ଟୀକା । ଚିନ୍ତା ବଢାଇଲା ମେଡିକାଲ ଜର୍ଣ୍ଣାଲ ‘ଦି ଲାନସେଟ୍’ର ରିପୋର୍ଟ ।

389

କନକ ବ୍ୟୁରୋ : ମେଡିକାଲ ଜର୍ଣ୍ଣାଲ ‘ଦି ଲାନସେଟ’ ରିପୋର୍ଟ ବଢାଇଛି ଚିନ୍ତା । ଏହି ଅନ୍ତର୍ଜାତୀୟ ପତ୍ରିକା କହିଛି ଭାରତରେ ପ୍ରଥମେ ଦେଖାଦେଇଥିବା ଡେଲଟା ଭେରିଆଂଟ ଠାରୁ ବଂଚିବା ପାଇଁ ବୟସ୍କ ଲୋକମାନଙ୍କୁ ଟିକାର ତୃତୀୟ ଡୋଜ ନେବାକୁ ପଡିପାରେ । ଲାନସେଟ୍ କେବଳ ଫାଇଜର ଟିକାର ପ୍ରଭାବକୁ ନେଇ ଏହି ଅନୁଧ୍ୟାନ କରିଛି । ରିପୋର୍ଟ ଅନୁସାରେ, ଡେଲଟା ଭେରିଆଂଟ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କଠାରେ ଫାଇଜର ଟିକା ଆଶାଠାରୁ କମ ପରିମାଣରେ ଆଂଟିବଡି ସୃଷ୍ଟି କରିପାରିଛି ।

ଭରସା ଯୋଗ୍ୟ ମେଡିକାଲ ଜର୍ଣ୍ଣାଲ ‘ଦ ଲାନସେଟ’ର ରିପୋର୍ଟ ପୁଣି ଚିନ୍ତା ବଢାଇଛି । ଏହି ପତ୍ରିକା କହିଛି ଭାରତରେ ପ୍ରଥମେ ଦେଖାଦେଇଥିବା ଡେଲଟା ଭେରିଆଂଟ ଠାରୁ ବଂଚିବା ପାଇଁ ବୟସ୍କ ଲୋକମାନଙ୍କୁ ଟିକାର ତୃତୀୟ ଡୋଜ ନେବାକୁ ପଡିପାରେ । ଅବଶ୍ୟ ଲାନସେଟ୍ କେବଳ ଫାଇଜର ଟିକାର ପ୍ରଭାବକୁ ନେଇ ଅନୁଧ୍ୟାନ କରିଛି ।

ଅନୁଧ୍ୟାନରୁ ଜଣାପଡିଛି ଡେଲଟା ଭେରିଆଂଟ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କଠାରେ ଫାଇଜର ଟିକା ଆଶାଠାରୁ କମ ପରିମାଣରେ ଆଂଟିବଡି ସୃଷ୍ଟି କରିପାରିଛି । ସେମାନଙ୍କର ଗବେଷଣାରୁ ଆହୁରି ଜଣାପଡିଛି ଯେ, ଗୋଟିଏ ଟିକା ନେବା, ଆଦୌ ଟିକା ନନେବାଠାରୁ ଭଲ ।

ସାଉଥ ଆଫ୍ରିକା ଓ ବ୍ରିଟେନରେ ଦେଖାଦେଇଥିବା କରୋନା ଭୂତାଣୁ ଠାରୁ ପ୍ରଥମ ଡୋଜ ଟିକା ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ ସୁରକ୍ଷା ଦେଇପାରିବ । ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି, ତାହା ହେଉଛି ବୟସ୍କ ଲୋକଙ୍କଠାରେ ଟିକା ନେବା ପରେ ବି କମ ପରିମାଣର ଆଂଟିବଡି ସୃଷ୍ଟି ହେଉଛି । ତେଣୁ ଭାରତରେ ଦେଖାଦେଇଥିବା ଡେଲଟା ଭେରିଆଂଟ ଏବଂ ସାଉଥ ଆଫ୍ରିକା ଓ ବ୍ରିଟେନରେ ଦେଖାଦେଇଥିବା ଭେରିଆଂଟଠାରୁ ବର୍ତିବା ପାଇଁ ବୟସ୍କ ଲୋକଙ୍କୁ ତୃତୀୟ ଡୋଜ ନେବାକୁ ଲାନସେଟ ପରାମର୍ଶ ଦେଇଛି । ଅବଶ୍ୟ ଲାନସେଟର ଏହି ଗବେଷଣା କେବଳ ଫାଇଜର ଭ୍ୟାକ୍ସିନ ପର୍ଯ୍ୟନ୍ତ ସୀମିତ ।

ଲାନସେଟର କହିବା କଥା ହେଉଛି, କରୋନା ଭାଇରସ ଯେମିତି ନୂଆ ନୂଆ ରୂପ ନେଉଛି, ତେଣୁ ଟିକା ଉପରେ ଅଧିକରୁ ଅଧିକ ଗବେଷଣା ବି ଦରକାର । ଭାରତରେ ଦେଖାଦେଇଥିବା ଡେଲଟା ଭେରିଆଂଟ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ହରାଇଦେବାର ସମ୍ଭାବନା ଅଛି ବୋଲି ସେମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।

ଆଗାମୀ ଦିନରେ ଆମ ଦେଶରେ ମଧ୍ୟ ଫାଇଜର ଟିକା ମଧ୍ୟ ଦିଆଯିବ । ଏଥିପାଇଁ ସରକାର ଆବଶ୍ୟକ ଅନୁମତି ବି ଦେଇସାରିଛନ୍ତି । କିନ୍ତୁ ଏହି ଟିକା ଭାରତର ଡେଲଟା ଭେରିଆଂଟ ବିରୋଧରେ ୫ ଗୁଣା କମ ଫଳପ୍ରଦ ହେବ ବୋଲି ଲାନସେଟ ପକ୍ଷରୁ କୁହାଯାଇଛି ।