ଏଣିକି ରାସ୍ତାରେ ଗଡିବ ନାହିଁ ଆଉ ପୁରୁଣା ଗାଡି । କବାଡିଆ ବାଲା ନେବା ଆପଣଙ୍କ ଗାଡି, ଖୁବଶୀଘ୍ର ନୂଆ ନୀତି ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର

Advertisment
ଏଣିକି ରାସ୍ତାରେ ଗଡିବ ନାହିଁ ଆଉ ପୁରୁଣା ଗାଡି । କବାଡିଆ ବାଲା ନେବା ଆପଣଙ୍କ ଗାଡି, ଖୁବଶୀଘ୍ର ନୂଆ ନୀତି ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର

କନକ ବ୍ୟୁରୋ : ଧ୍ୟାନ ଦିଅନ୍ତୁ ଗାଡି ଚାଳକ । ଆପଣଙ୍କ ପୁରୁଣା ଗାଡି ଯାଇପାରେ କବାଡିଆ ପାଖକୁ । ହୁଏତ ଆପଣଙ୍କୁ ଏହା ବିଶ୍ୱାସ ହେଉନଥିବ କିନ୍ତୁ ଏହା ପୂରା ସତ୍ୟ ଘଟଣା । କେନ୍ଦ୍ର ସରକାର ଏପରି ନୀତି ଆଣିବାକୁ ଯାଉଛନ୍ତି ଯେ, ଆପଣଙ୍କ ଗାଡି ରାସ୍ତାରେ ନଚାଲି ସିଧା କବାଡିଆ ବାଲା ପାଖକୁ ଯିବ । ଏନେଇ ସରକାରୀ ସ୍ତରରେ ଆଲୋଚନା ହେଉଥିବା ଜଣାଯାଇଛି ।

ରାସ୍ତାରେ ଚାଲିବ ନାହିଁ ପୁରୁଣା କାର, ବସ ଓ ଟ୍ରକ
କବାଡିଆ ନେବ ଆପଣଙ୍କ ଗାଡି

ଖୁବଶୀଘ୍ର ଲାଗୁ ହେବ ନୂଆ ନିୟମ

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଦେଶରେ ଖୁବଶୀଘ୍ର ଏହି ନୀତି କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତିା ଏହାସହ ଜାଭଡେକର କହିଛନ୍ତି ଯେ, ଯାନବାହାନଙ୍କର ଜଙ୍କ ପଲିସି ପାଇଁ ପ୍ରସ୍ତାବ ପ୍ରସ୍ତୁତ ହୋଇଛି ଏବଂ ଅନେକ ମନ୍ତବ୍ୟ ଏହା ଉପରେ ଆସିଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି କହିଥିଲେ ଯେ, ପୁରୁଣା ଯାନଙ୍କୁ ଜଙ୍କରେ ପରିଣତ କରିବାକୁ ସରକାର ଏକ ନୀତି ଆପଣାଇାକୁ ଯାଉଛନ୍ତି ।

କମିବ ନୂଆ ଗାଡିର ବଜାର ମୂଲ୍ୟ

କେବଳ ଏତିକି ନୁହେଁ ଏହାଦ୍ୱାରା ବନ୍ଦର ନିକଟରେ ରିସାଇକ୍ଲିଂ କେନ୍ଦ୍ର ନିର୍ମାଣ କରାଯାଇପାରିବ । ବଡବଡ ବସ, ଟ୍ରକ ଓ କାର ଭଳି ଗାଡି ଜଙ୍କରେ ପରିଣତ ହୋଇପାରିବ । ବନ୍ଦର ନିକଟରେ ରିସାଇକ୍ଲିଂ ପ୍ଲାଂଟ୍ ପ୍ରସ୍ତୁତ କରାଯିବ ଏବଂ ବନ୍ଦରର ଗଭୀରତାକୁ ୧୮ ମିଟର ବୃଦ୍ଧି କରାଯିବ । ତେବେ ଏଥିରୁ ଉତ୍ପନ୍ନ ହେଉଥିବା ସାମଗ୍ରୀ ଅଟୋମୋବାଇଲ ଶିଳ୍ପ ପାଇଁ ଉପଯୋଗୀ ହେବ । ଏପରି ହେବା ଦ୍ୱାରା କାର,ବସ ଓ ଟ୍ରକର ଉତ୍ପାଦନ ମୂଲ୍ୟ ହ୍ରାସ ପାଇବ । ଯାହାଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଭାରତର ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ । ଗଡକରୀଙ୍କ କହିବା ଅନୁସାରେ, ପାଂଚ ବର୍ଷ ମଧ୍ୟରେ କାର, ବସ ଓ ଏବଂ ଟ୍ରକର ଏକ ନଂ ଉତ୍ପାଦନ ହବ ଭାରତ ହେବ ।

କେବେଠୁ ଲାଗୁ ହେବ ନୂଆ ନିୟମ?

ତେବେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ପରେ ଗାଡି ମାଲିକମାନେ ଚିନ୍ତାରେ ପଡିଛନ୍ତି । କାରଣ କେତେ ବର୍ଷର ଗାଡି ଓ କେଉଁ ଗାଡିକୁ ରାସ୍ତାରେ ଚାଲିବାକୁ ଦିଆଯିବ ନାହିଁ ସେନେଇ କେନ୍ଦ୍ର ସରକାର କୌଣସି ସ୍ପଷ୍ଟ ସୂଚନା ଜାରି କରିନାହାନ୍ତି । କେବଳ ଏହା ଉପରେ ଆଲୋଚନା ଚାଲିଥିବା କଥା ସରକାର କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏ ନିୟମ ଦେଶରେ କେବେଠାରୁ କାର୍ଯ୍ୟକାରୀ ହେବ ସେନେଇ ଏ ପର୍ଯ୍ୟନ୍ତ ବି କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe