ହାରିଲା କରୋନା, ଜିତିଲୁ ଆମେ... କ୍ୟାନସର ରୋଗୀ ଜିତିଲେ କରୋନା ଯୁଦ୍ଧ । ୮୦ ବର୍ଷର ବୃଦ୍ଧଙ୍କୁ କବଜା କରିପାରିଲାନି କରୋନାର କରାଳ ରୂପ । ମହାମାରୀର ମୟାଜାଲ ଭେଦି ବିଜୟୀ ହେଲେ ବୃଦ୍ଧ ଦମ୍ପତ୍ତି

Advertisment
ହାରିଲା କରୋନା, ଜିତିଲୁ ଆମେ... କ୍ୟାନସର ରୋଗୀ ଜିତିଲେ କରୋନା ଯୁଦ୍ଧ । ୮୦ ବର୍ଷର ବୃଦ୍ଧଙ୍କୁ କବଜା କରିପାରିଲାନି କରୋନାର କରାଳ ରୂପ । ମହାମାରୀର ମୟାଜାଲ ଭେଦି ବିଜୟୀ ହେଲେ ବୃଦ୍ଧ ଦମ୍ପତ୍ତି

କନକ ବ୍ୟୁରୋ: ହାରିଲା କରୋନା, ଜିତିଲା ଜୀବନ । ମହାମାରୀକୁ ମାତ୍ ଦେଇ ବିଜୟୀ ହେଲା ମଣିଷ । ଆଉ କରୋନା କବଳରୁ ମୁକ୍ତି ପାଇଲେ କ୍ୟାନସର ପିଡିତ ବୃଦ୍ଧ । କରୋନା କବଜାରେ ଯେତେବେଳେ ସାରା ବିଶ୍ୱ ଅଣନିଶ୍ୱାସୀ ହୋଇପଡୁଛି ଆଉ ଡାଇବେଟିସ, କ୍ୟାନସର ଭଳି ବଡ ରୋଗୀ ଏହାର ଶିକାର ହେଉଛନ୍ତି ଠିକ୍ ସେତିକିବେଳେ କରୋନାକୁ ହରାଇ ଜିତିଛନ୍ତି ଜଣେ କ୍ୟାନସର ପିଡିତ ବୃଦ୍ଧ ଏବଂ ତାଙ୍କ ପତ୍ନୀ ।

କେନ୍ଦ୍ରାପଡା ଜିଲ୍ଲା ବଗଡା ପଞ୍ଚାୟତ ବଳିପାଳ ଗାଁର ୮୦ ବର୍ଷୀୟ ବୃଦ୍ଧ ସୁରେନ୍ଦ୍ର ପତି କ୍ୟାନସରରେ ପିଡିତ ହୋଇ ଗତ କିଛି ମାସ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସୁରେନ୍ଦ୍ରଙ୍କ ସମେତ ତାଙ୍କ ସହ ଥିବା ପତ୍ନୀ ସାବିତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ହେଲେ ଚିକିତ୍ସା ପରେ ଉଭୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବଡକଥା ହେଉଛି ଦୁହିଁଙ୍କ ବୟସ ୮୦, ୭୮ ହୋଇଥିଲେ ହେଁ ଉଭୟ କରୋନା ସହ ଲଢି ଯୁଦ୍ଧ ଜିତିଛନ୍ତି ଆଉ ଜୀବନ ଫେରିପାଇଛନ୍ତି ।

ତେବେ କେବଳ ସୁରେନ୍ଦ୍ର, ସାବିତ୍ରୀ ନୁହଁନ୍ତି ଏମିତି ଅନେକ ବୟସ୍କ ଲୋକ କରୋନା ଯୁଦ୍ଧ ଜିତୁଛନ୍ତି । କିଛିଦିନ ତଳେ କନ୍ଧମାଳ ରାଇକିଆର ୮୧ ବର୍ଷୀୟ ବୃଦ୍ଧ ଗୋପୀନାଥ ଡାକୁଆ ସଂକ୍ରମଣରୁ ସୁସ୍ଥ ହୋଇଥିଲେ । ସେହିପରି ଗଞ୍ଜାମ ଭଞ୍ଜନଗରର ଦୁଇ ସମୁଦୀ ସମୁଦୁଣୀ ମଧ୍ୟ କରୋନା କବଳରୁ ମୁକ୍ତି ପାଇଥିଲେ । ଉଭୟଙ୍କ ବୟସ ୮୫, ୭୫ ହୋଇଥିଲେ ହେଁ ଏମାନେ ମହାମାରୀକୁ ମାତ୍ ଦେଇଥିଲେ । ଆଉ ଏବେ କେନ୍ଦ୍ରାପଡାର ଏ ଚିତ୍ର ସମାଜକୁ ଏହି ବାର୍ତ୍ତା ଦେଉଛି କି, ମହାମାରୀର ମାୟାଜାଲ ଯେତେ ବଡ ହେଉନା କାହିଁକି ଆପଣ ମାନସିକସ୍ତରରେ ଯଦି ଶକ୍ତିଶାଳୀ ଥିବେ ତାହାଲେ ଭୂତାଣୁ ପାଇଁ ତାହା ଭ୍ୟାକସିନ ପାଲଟିବ ଆଉ ଆପଣ ଯେତେ ବୟସ୍କ ହୁଅନ୍ତୁ ନା କାହିଁକି କରୋନାକୁ ନିଶ୍ଚୟ ବିଦା କରିଦେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe