କନକ ବ୍ୟୁରୋ: ନୀଳଗିରି ଈଶ୍ୱରପୁର ସରକାରୀ ନୋଡାଲ ସ୍କୁଲ... ବୁଥକୁ ଭୋଟ ଦେବାକୁ ଯାଇଥିଲେ ଈଶ୍ୱରପୁର ଗାଁର ସୁରେନ୍ଦ୍ର ମହାନ୍ତି । ନିଜ ପତ୍ନୀଙ୍କ ସହ ବୁଥ୍ ନମ୍ବର ୧୫୯କୁ ଯାଇଥିଲେ ମତଦାନ କରିବାକୁ । ବୁଥରେ ଅସହ୍ୟ ଗୁଳିଗୁଳି, ଗରମ । ହେଲେ ଭୋଟରଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ । ଭୋଟ ଦେବାକୁ ନାହିଁନଥିବା ଭିଡ । ବୟସାଧିକ୍ୟ ଯୋଗୁଁ ସୁରେନ୍ଦ୍ର ବାବୁ କହିଥିଲେ ତାଙ୍କ ଦୁହିଁଙ୍କୁ ଟିକେ ଆଗ ଭୋଟ ଦେବାକୁ ଛାଡିଦେବାକୁ ହେଲେ କେହି ତାଙ୍କ କଥା ଶୁଣିନଥିଲେ ବରଂ ଅପେକ୍ଷା କରିବାକୁ କହିଥିଲେ ।
କାଳେ ଆଉ ଟିକେ ପରେ ଭିଡ ଭାଙ୍ଗିଯିବ , ତେଣୁ ଘରକୁ ଫେରିଯାଇଥିଲେ ସୁରେନ୍ଦ୍ର ଓ ତାଙ୍କ ପତ୍ନୀ । ପୁଣି ଆସି ଦେଖନ୍ତି ବୁଥରେ ସେଇ ଭିଡ । ଏମିତି ୩ ଥର ଘରକୁ ଫେରି ପୁଣି ବୁଥକୁ ଭୋଟ ଦେବାକୁ ଫେରିଥିଲେ । ହେଲେ ତୃତୀୟ ଥର କିନ୍ତୁ ଆଉ ବୁଥରୁ ଘରକୁ ଫେରିନଥିଲେ । ଗରମ ଯୋଗୁଁ ସେ ଅସୁସ୍ଥ ହୋଇପଡି ସେହିଠାରେ ହିଁ ଅଚେତ ହୋଇପଡିଥିଲେ । ପାଖରେ ଥିବା ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ ବି ସେତେବେଳକୁ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବିଧାତାର ଏ କି ଖେଳ । ଗୋଟେ ପଟେ ଦାୟିତ୍ୱ ଆଉ ଗୋଟେ ପଟେ ମୃତ୍ୟୁ । ଶେଷରେ ମୃତ୍ୟୁ ଜିତିଗଲା । ବାକି ରହିଗଲା ଗଣତନ୍ତ୍ର ଦାୟିତ୍ୱ । ଏତେଦିନ ଧରି ଯୋଉ ସ୍ୱାମୀଙ୍କୁ ଗୋଡେ ଗୋଡେ ଜଗୁଥିଲେ, ତାଙ୍କ ଦେହ ପା କଥା ବୁଝୁଥିଲେ ଆଜି ଏ ଭୋଟ ତାଙ୍କୁ ଛଡାଇନେଲା । ଏ ବୁଢା ବୟସରେ ଶେଷ ଆସରାକୁ ଛଡାଇନେଲା । ଏକଥା କହି ବାହୁନି ବାହୁନି କାନ୍ଦୁଛନ୍ତି ସୁରେନ୍ଦ୍ରଙ୍କ ବୟସ୍କା ସ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/10-1.jpg)