କେନ୍ଦ୍ରାପଡାର ପ୍ରସିଦ୍ଧ ଓଳକଣା ମେଳଣ । ଏଥର କରୋନା କଟକଣା ପାଇଁ ଭକ୍ତଶୂନ୍ୟ ହେଲା ମେଳଣ ପଡିଆ ।

45

କନକ ବ୍ୟୁରୋ: କରୋନା କଟକଣା ମଧ୍ୟରେ ପାଳିତ ହୋଇଛି କେନ୍ଦ୍ରାପଡାର ପ୍ରସିଦ୍ଧ ଓଳକଣା ମେଳଣ । କରୋନା କାରଣରୁ ଏଥରର ଏହି ପ୍ରସିଦ୍ଧ ମେଳଣରେ ଭକ୍ତଙ୍କୁ ଦେଖିବାକୁ ମିଳିନଥିଲା । କେବଳ ରୀତିନୀତି ଓ ପରମ୍ପରା ବଜାୟ ରଖିବାକୁ ବିମାନରେ ଠାକୁର ଦୋଳ ପଡିଆକୁ ଆସିଥିଲେ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଓଳକଣା ମେଲଣ ପଡିଆରେ ଏଥର ୧୫୦ରୁ ଅଧିକ ବିମାନରେ ଠାକୁର ମେଳଣ ପଡିଆକୁ ଆସିଥିଲେ ।

ତେବେ ଏହି ମେଳଣର ବିଶେଷତ୍ୱ ହେଲା ଏଠାରେ ହର ଓ ହରିଙ୍କ ମିଳନ ହୋଇଥାଏ । କେନ୍ଦ୍ରାପଡା ସମେତ, ଯାଜପୁର ଓ କଟକ ଜିଲ୍ଲାର ଅନେକ ଦୋଳ ଏଥିରେ ସାମିଲ ହୁଅନ୍ତି, ହେଲେ ଏଥର ପ୍ରଥମଥର ପାଇଁ କରୋନା କଟକଣା କାରଣରୁ ଭକ୍ତଶୂନ୍ୟ ମେଳଣ ଅନୁଷ୍ଠିତ ହୋଇଛି । ଗତକାଲିଠୁ ପଡିଆରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।

Comments are closed.