କନକ ବ୍ୟୁରୋ: କରୋନା କଟକଣା ମଧ୍ୟରେ ପାଳିତ ହୋଇଛି କେନ୍ଦ୍ରାପଡାର ପ୍ରସିଦ୍ଧ ଓଳକଣା ମେଳଣ । କରୋନା କାରଣରୁ ଏଥରର ଏହି ପ୍ରସିଦ୍ଧ ମେଳଣରେ ଭକ୍ତଙ୍କୁ ଦେଖିବାକୁ ମିଳିନଥିଲା । କେବଳ ରୀତିନୀତି ଓ ପରମ୍ପରା ବଜାୟ ରଖିବାକୁ ବିମାନରେ ଠାକୁର ଦୋଳ ପଡିଆକୁ ଆସିଥିଲେ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଓଳକଣା ମେଲଣ ପଡିଆରେ ଏଥର ୧୫୦ରୁ ଅଧିକ ବିମାନରେ ଠାକୁର ମେଳଣ ପଡିଆକୁ ଆସିଥିଲେ ।
ତେବେ ଏହି ମେଳଣର ବିଶେଷତ୍ୱ ହେଲା ଏଠାରେ ହର ଓ ହରିଙ୍କ ମିଳନ ହୋଇଥାଏ । କେନ୍ଦ୍ରାପଡା ସମେତ, ଯାଜପୁର ଓ କଟକ ଜିଲ୍ଲାର ଅନେକ ଦୋଳ ଏଥିରେ ସାମିଲ ହୁଅନ୍ତି, ହେଲେ ଏଥର ପ୍ରଥମଥର ପାଇଁ କରୋନା କଟକଣା କାରଣରୁ ଭକ୍ତଶୂନ୍ୟ ମେଳଣ ଅନୁଷ୍ଠିତ ହୋଇଛି । ଗତକାଲିଠୁ ପଡିଆରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/22-27.jpg)