କନକ ବ୍ୟୁରୋ : ଭାରତରେ ପ୍ରତିବର୍ଷ ସଡକ ଦୁର୍ଘଟଣାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲିଯାଉଛି । ଖାସକରି ବାଇକ୍ ଦୁର୍ଘଟଣାରେ ଅଧିକ ଲୋକଙ୍କ ଜୀବନ ଯାଉଥିବା ଘଟଣା ସାମ୍ନାକୁ ଆସିଛି । ସଡକ ପରିବହନ ମନ୍ତ୍ରାଳୟ ଅନୁସାରେ, ୨୦୨୧ ମସିହାରେ ପାଖାପାଖି ୧.୫୫ ଲକ୍ଷରୁ ଅଧିକ ଲୋକଙ୍କ ଦୁର୍ଘଟଣାରେ ଜୀବନ ଯାଇଛି । ଏଥି ମଧ୍ୟରୁ ବାଇକ ଦୁର୍ଘଟଣା ସର୍ବାଧିକ ରହିଥିବା ତଥ୍ୟରୁ ଜଣାପଡିଛି । ଆଉ ସବୁଠୁ ଚିନ୍ତାଜନକ ବିଷୟ ହେଉଛି । ହେଲମେଟ୍ ନପିନ୍ଧିବା କାରଣରୁ ଅଧିକାଂଶ ବାଇକ୍ ଚାଳକଙ୍କର ଦୁର୍ଘଟଣାରେ ଜୀବନ ଯାଇଛି । ତେବେ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ପାଇଁ ବିଦ୍ୟୁତ୍ ଚାଳିତ ସ୍କୁଟର ତିଆରି କରୁଥିବା କମ୍ପାନୀ ‘ଓଲା’ ଏପରି ଏକ ଟେକନିକ୍ ଉପରେ କାମ କରୁଛି ଯାହା ଗାଡିରେ ଲାଗିବା ପରେ ଚାଳକଙ୍କ ହେଲମେଟ୍ ଉପରେ ନଜର ରଖିବ ।

Advertisment

‘ଓଲା’ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନୂଆ ଡିଭାଇଜର ନାଁ ହେଉଛି ହେଲମେଟ୍ ଡିଟେକ୍ସନ୍ ସିଷ୍ଟମ୍’ । ଅଟୋକାରର ଏକ ଡିଭାଇଜ୍ ଅନୁସାରେ, ଏହି ଡିଭାଇଜ୍ ବାଇକ୍ ଦୁଇଚକିଆ ଯାନ ପାଇଁ ପ୍ରସ୍ତୁତ କରାଯାଇଛି । ଏହା ଚାଳକଙ୍କ ହେଲମେଟ୍ ଉପରେ ନଜର ରଖିବ । ଏହି ହେଲମେଟ୍ ଡିଟେକ୍ସନ୍ ସିଷ୍ଟମ୍ କ୍ୟାମେରା ମାଧ୍ୟମରେ ଚାଳକ ଉପରେ ନଜର ରଖିବ ଏବଂ ଚାଳକ ହେଲମେଟ୍ ପିନ୍ଧିଛନ୍ତି କି ନାହିଁ ତାହା ଅନୁଧ୍ୟାନ କରିବ । ଚାଳକ ଯଦି ହେଲେମେଟ୍ ପିନ୍ଧିଥିବେ ତାହେଲେ ଭେହିକିଲ୍ କଣ୍ଟ୍ରୋଲ ୟୁନିଟିକୁ କନେକ୍ଟ କରିବ । କିନ୍ତୁ ଯଦି ଚାଳକ ହେଲମେଟ୍ ପିନ୍ଧିନଥିବେ ତେବେ ଅଟୋମେଟିକ୍ ବାଇକ ରାଇଡ୍ ମୋଡରୁ ପାର୍କ ମୋଡକୁ ସ୍ୱିଚ୍ ହୋଇଯିବ ଆଉ ଗାଡି ବନ୍ଦ ହୋଇଯିବ ।

ବାଇକ୍ ପାର୍କ ମୋଡକୁ ଆସିବା ପରେ ହେଲମେଟ୍ ପିନ୍ଧିବା ପାଇଁ ଚାଳକଙ୍କ ପାଖକୁ ଏକ ନୋଟିଫିକେସନ୍ ଆସିବ । ଯେତେବେଳେ ସିଷ୍ଟମକୁ ସିଗନାଲ୍ ଯିବ କି ଚାଳକ ହେଲମେଟ୍ ପିନ୍ଧିଲେ ତୁରନ୍ତ ପାର୍କ ମୋଡରୁ ରାଇଡ୍ ମୋଡକୁ ସ୍ୱିଚ୍ ହୋଇଯିବ । ତେବେ ଚାଳକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ଏକ ଡିଭାଇଜ୍ ପ୍ରସ୍ତୁତ କରିଛି ‘ଓଲା’