ଧୁମ୍ ମଚାଉଛି ଓଲା ସ୍କୁଟର । ୨ଦିନରେ ୧୧ଶହ କୋଟିର ବେପାର

1,613

କନକ ବ୍ୟୁରୋ : ପେଟ୍ରେଲ-ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ସମସ୍ତେ ଏବେ ଇଲେକ୍ଟ୍ରିକ୍ ସ୍କୁଟର ବା ବିଦ୍ୟୁତ ଚାଳିତ ଗାଡି ଉପରେ ଆଗ୍ରହ ପ୍ରକାଶ କରୁଛନ୍ତି । ପେଟ୍ରୋଲଚାଳିତ ଗାଡିକୁ ଛାଡି ଇଲେକ୍ଟ୍ରିକ୍ ବାଇକ୍ କିଣୁଛନ୍ତି । ଏହାରି ମଧ୍ୟରେ ଲୋକଙ୍କ ଅଧିକ ପ୍ରିୟ ହୋଇପାରିଛି ଓଲା ସ୍କୁଟର । ଗତ ଦୁଇଦିନ ମଧ୍ୟରେ ୧୧ଶହ କୋଟି ଟଙ୍କାର ବିକ୍ରି ହୋଇଛି ଓଲା ସ୍କୁଟର ।
ଓଲା ସ୍କୁଟରର ଦୁଇଟି ମଡେଲ ରହିଛି । ଗୋଟିଏ ଓଲା ଏସ୍-ୱାନ୍ ଅନ୍ୟଟି ଏସ୍-ୱାନ୍ ପ୍ରୋ । ଗତ ଦୁଇଦିନ ତଳେ ଅର୍ଥାତ ଗତ ୧୫ ତାରିଖରେ ସ୍କୁଟର ବିକ୍ରି ଆରମ୍ଭ ହୋଇଥିଲା । ଏହି ଦୁଇଦିନ ମଧ୍ୟରେ କମ୍ପାନୀ ୧୧ଶହ କୋଟି ଟଙ୍କାର ବେପାର କରିଛି । ଯାହାକି, ଅନ୍ୟ ଗାଡି କମ୍ପାନୀଠୁ ବେଶ୍ ଅଧିକ ।
ନଭେମ୍ବର ୧ତାରିଖରେ ପୁଣି ବୁକିଂ ଆରମ୍ଭ ହେବ । ବୁକିଂ ପାଇଁ ଯେତିକି ଟଙ୍କା ଧାର୍ଯ୍ୟ କରାଯାଇଥିଲା ସେତିକି ହିଁ ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ । ଏଠାରେ କହିରଖୁଛୁ କି, ୪୯୯ଟଙ୍କା ଦେଇ ସ୍କୁଟର ବୁକିଂ କରିପାରିବେ ।
କେମିତି କରିବେ ବୁକିଂ :
ବୁକିଂ କରିବା ପାଇଁ ପ୍ରଥମେ ଆପଣଙ୍କୁ ଓଲା ଇଲେକ୍ଟ୍ରିକର ଅଫିସିଆଲ ୱେବସାଇଟକୁ ଯିବାକୁ ପଡିବ । ସେଠାରେ ଦିଆଯାଇଥିବା ବୁକିଂ ପ୍ରକ୍ରିୟାକୁ ପୂରା କରି ସ୍କୁଟର ବୁକ୍ କରିପାରିବେ । ଯଦି ଆପଣ ପୂର୍ବରୁ ବୁକିଂ କରିସାରିଥିଲେ ତାହେଲେ ସେଠାରେ ଦିଆଯାଇଥିବା ପେମେଣ୍ଟ ପ୍ରକ୍ରିୟାକୁ ପୂରଣ କରି ସ୍କୁଟରକୁ ବୁକ୍ କରିପାରିବେ । ୱେବସାଇଟରେ ସ୍କୁଟର ମଡେଲ, କଲର ଏବଂ ଇଏମଆଇ ସମ୍ପର୍କିତ ତଥ୍ୟ ମଧ୍ୟ ଦିଆଯାଇଥିବ । ଆପଣଙ୍କ ପସନ୍ଦ ହିସାବରେ ଆପଣ ଚୟନ କରିପାରିବେ ।