ସେପ୍ଟେମ୍ବର ୧୫ରେ ବଜାରକୁ ଆସିବ ଓଲା ଇଲେକ୍ଟ୍ରିକ୍ ସ୍କୁଟର । ଜାଣନ୍ତୁ, କେତେ ରହିଛି ଦାମ?

680

କନକ ବ୍ୟୁରୋ: ନୂଆ ଗାଡି କିଣିବାକୁ ଆଗ୍ରହୀ ଥିବା ଲୋକଙ୍କ ପାଇଁ ବଡ ଖବର । ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ବିକ୍ରି ହେବାକୁ ଯାଉଛି ଓଲା ସ୍କୁଟର । ଏନେଇ କମ୍ପାନୀର ସିଇଓ ଭବିଶ ଅଗ୍ରୱାଲ ଟୁଇଟ୍ କରି ସୂଚନା ଦେଇଛନ୍ତି । ଟୁଇଟ୍ କରି ସେ ଲେଖିଛନ୍ତି , କମ୍ପାନୀ ବୁଧବାରଠାରୁ ଓଲା ଏସ୍ ୧ର ବିକ୍ରି ଆରମ୍ଭ କରିବାକୁ ଯାଉଛି । ତେବେ ୱେବସାଇଟରେ ହୋଇଥିବା ସମସ୍ୟାକୁ ନେଇ ସେ ଲୋକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଅନ୍ୟପଟେ ଏହି ସ୍କୁଟରର ବିକ୍ରି ପ୍ରକ୍ରିୟା ସମ୍ପୂର୍ଣ୍ଣ ଡିଜିଟାଲ ଯୋଗେ ହେବ ବୋଲି ସେ ସୂଚନା ଦେଇଛନ୍ତି । ଓଲା ସ୍କୁଟରର ବିକ୍ରି ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ସକାଳ ୮ଟାରୁୁ ଆରମ୍ଭ ହେବ । ତେବେ ଯେଉଁ ଲୋକମାନେ ୪୯୯ ଟଙ୍କା ଦେଇ ଏହାକୁ ପ୍ରି ବୁକିଂ କରିଛନ୍ତି ସେମାନଙ୍କୁ ପ୍ରଥମେ ଏହି ବିକ୍ରି ପ୍ରକ୍ରିୟାରେ ଅଗ୍ରାଧିକାର ଦିଆଯିବ । ଏହାପରେ ଅନ୍ୟ ଲୋକମାନେ ମଧ୍ୟ ଏହି ସ୍କୁଟିର ବିକ୍ରି ପ୍ରକ୍ରିୟାରେ ସାମିଲ ହୋଇପାରିବେ । ସୂଚନାଯୋଗ୍ୟ ଯେ, ଓଲା ଏସ ୧ ଏବଂ ଓଲା ଏସ୍ ୧ ପ୍ରୋ ହେଉଛି ଦୁଇଟି ଇଲେକ୍ଟ୍ରିକ୍ ସ୍କୁଟର । ଯାହାର ଦାମ ଯଥାକ୍ରମେ ୯୯,୯୯୯ ଟଙ୍କା ଏବଂ ୧,୨୯,୯୯୯ ଟଙ୍କା ।